Latest Odisha News

BREAKING NEWS

ପୂଜା ସମୟରେ ରେକର୍ଡ ସଂଖ୍ୟକ ବେଆଇନ ମଦ ଜବତ କଲା ଅବକାରୀ ଟିମ୍

ଭୁବନେଶ୍ୱର: ଦୁର୍ଗାପୂଜାକୁ ଦୃଷ୍ଟିରେ ରଖି ଅକ୍ଟୋବର ୧୦ରୁ ୨୪ ଯାଏଁ ଧାର୍ଯ୍ଯ କରାଯାଇଥିବା ବେଆଇନ ଓ ନକିଲ ମଦ କାରବାର ବିରୋଧରେ ଏକ ସ୍ୱତନ୍ତ୍ର ଅଭିଯାନରେ ଓଡ଼ିଶାର ଅବକାରୀ ଅଧିକାରୀମାନେ ରେକର୍ଡ ସଂଖ୍ୟକ ବେଆଇନ ମଦ ମାମଲା ଠାବ କରିଛନ୍ତି।

ଓଡ଼ିଶା ଅବକାରୀ କମିସନରଙ୍କ ଆଇପିଏସ୍ ନରସିଂହ ଭୋଳଙ୍କ ତତ୍ତ୍ୱାବଧାନରେ ଅବକାରୀ ଅଧିକାରୀମାନେ ଏହି ସ୍ୱତନ୍ତ୍ର ଅଭିଯାନରେ ୨୫୯୪ ମାମଲା ଠାବ କରି ୨୨୦୨ ଜଣଙ୍କୁ ଗିରଫ କରିଛନ୍ତି।

ଏହି ଅଭିଯାନରେ ଅବକାରୀ ଅଧିକାରୀମାନେ ୯୨୯୫୮ ଲିଟର ବେଆଇନ ମଦ, ୨୪୮.୩୪ ଲିଟର ନକଲି ଆଇଏମ୍ଏଫ୍ଏଲ୍, ୧୫ ଲିଟର ବିନା ଶ୍ଲକରେ ଥିବା ବିଦେଶୀ ମଦ, ୧୧୮ ଲିଟର ବିନା-ଶ୍ଲୁକରେ ଦେଶୀ ମଦ, ୬୫.୮୫ ଲିଟର ବିୟର ଜବତ କରିଛନ୍ତି। ଏହା ସହିତ ୨୩୦ଟି ବାଇକ୍ ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୩ କୋଟି ଟଙ୍କାରୁ ଅଧିକ ହେବ।

ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବରଗଡ଼ ଓ ବାଲେଶ୍ୱରର ଅବକାରୀ ଅଧୀକ୍ଷକଙ୍କୁ ସେମାନଙ୍କ କାମ ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି।

ରାଜ୍ୟରେ ଅବକାରୀ ଅଧିକାରୀଙ୍କ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କୁହାଯାଉଛି। ଏହି ସ୍ୱତନ୍ତ୍ର ଅଭିଯାନ ଦ୍ୱାରା ବେଆଇନ ମଦ କାରବାରକୁ ରୋକିବା ସହ ବେଆଇନ ମଦ ର କୁପ୍ରଭାବରୁ ଜନସାଧାରଣଙ୍କୁ ରକ୍ଷା କରାଯାଇପାରିଛି।

Comments are closed.