Latest Odisha News

ସମାଧି ସ୍ଥଳରେ ବ୍ୟାୟାମ ଟ୍ରେନିଂ ଦିଅନ୍ତି ମଡ଼େଲ

ଲଣ୍ଡନ: ଆଜିକାଲି ବ୍ୟସ୍ତବହୁଳ ଜୀବନ ଭିତରେ ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରିଥାନ୍ତି । କେହି ପାର୍କରେ ଚାଲୁଥିବା ବେଳେ ଆଉ କିଏ ଜିମ୍ ଯାଇଥାନ୍ତି । ହେଲେ ଏବେ ଜଣାଶୁଣା ଜଣେ ମଡେଲ ଜିମ୍ ଛାଡ଼ି ସମାଧିସ୍ଥଳରେ ବାୟାମ କରୁଥିବା ଜଣାପଡ଼ିଛି ।

ଲଣ୍ଡନରେ ରୁହନ୍ତି ବ୍ରାଜିଲ୍‌ର ଜଣେ ମଡେଲ ଅଣ୍ଡ୍ରିଆ ସନସାଇନ୍ । ସେ ଜଣେ ବଡିବିଲ୍ଡର । ଏବେ ସେ ଜେଜେ ମା’ ହୋଇସାରିଲେଣିି । ତଥାପି ସେ ଫିଟ୍ ଅଛନ୍ତି । ସେ ସୋସିଆଲ ମିଡ଼ିଆରେ ବେଶ୍ ସକ୍ରୀୟ । ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଅନେକ ଫଲୋୟର୍ସ ଅଛନ୍ତି । ସେ ନିଜକୁ ଫିଟ୍ ରଖିବା ପାଇଁ ନିୟମିତ ଜିମ୍‌ରେ କସରତ କରୁଥିବାର ଫଟୋ ପୋଷ୍ଟ କରିଥାନ୍ତି । ହେଲେ ସେ ଜିମ୍ ଛାଡ଼ି ଦେଇଛନ୍ତି ।

ଏବେ ନିୟମିତ ଭାବେ ସମାଧି ସ୍ଥଳରେ ବ୍ୟାୟାମ କରୁଛନ୍ତି । ଅଣ୍ଡ୍ରିଆ ଜିମ୍‌ରେ ଲୋକଙ୍କ ଭିନ୍ନ ଭିନ୍ନ କଥା ଶୁଣିଶୁଣି ଅତିଷ୍ଟ ହୋଇଯାଇଥିବାରୁ ସେ ଜିମ୍ ଯିବା ଛାଡ଼ି ଦେଇଥିବା ଜଣାପଡ଼ିଛି । ପୁରୁଷଙ୍କ ଭଳି ତାଙ୍କ ଶରୀର ପାଇଁ ଅନେକ ତାଙ୍କୁ ଥଟା କରନ୍ତି । ଏଥିପାଇଁ ସେ ଏବେ ଏକା ସମାଧି ସ୍ଥଳରେ ଆସି ଟ୍ରେନିଂ ଦେବା ଆରମ୍ଭ କରିଛନ୍ତି । ପ୍ରଥମେ ତାଙ୍କୁ ଗ୍ଲାମରସ୍ ରୂପରେ ସେଠାରେ ଟ୍ରେନିଂ ଦେବାକୁ ବାରଣ କରାଯାଉଥିଲା । ହେଲେ ଏବେ ସେ ସେଠାରେ ବହୁତ ଲୋକଙ୍କୁ ଟ୍ରେନିଂ ଦେଉଛନ୍ତି । ସମାଧି ସ୍ଥଳ ବହୁତ ଶାନ୍ତ ସ୍ଥାନ । ଯେଉଁଠାରେ ମଣିଷ ଶାନ୍ତିର ଅନୁଭବ କରିପାରିବ । ସମାଧି ସ୍ଥଳରେ ସେ ବ୍ୟାୟାମ କରିବା ସହ ପ୍ରକୃତିକୁ ମଧ୍ୟ ଉପଭୋଗ କରୁଥିବା କହିଛନ୍ତି ।

Comments are closed.