Latest Odisha News

BREAKING NEWS

ଏକଜିଟ୍ ପୋଲ୍: ହରିଆଣାରେ କମିବ ବିଜେପିର ପ୍ରଭାବ!

ଚଣ୍ଡିଗଡ: ୭ଟି ପର୍ଯ୍ୟାୟରେ ହେବାକୁ ଥିବା ଲୋକସଭା ନିର୍ବାଚନ ଶେଷରେ ଶେଷ ହୋଇଛି। ଏକଜିଟ୍ ପୋଲ୍ ଉପରେ ଏବେ ସମସ୍ତଙ୍କ ନଜର ରହିଛି। ହରିଆଣାକୁ ନେଇ ଯେଉଁ ରିପୋର୍ଟ ଆସିଛି। ୧୦ଟି ଲୋକସଭା ଆସନରେ ପ୍ରାୟତଃ ବିଜେପିର ପ୍ରଭାବ ରହିଥାଏ। କିନ୍ତୁ ଏଥର ପୂର୍ବଭଳି ପ୍ରଭାବ ବିଜେପିର ରହିବ ନାହିଁ ବୋଲି ଆକଳନ କରାଯାଉଛି।

ଟୁଡ଼େ ଚାଣକ୍ୟ ଏକଜିଟ୍ ପୋଲ୍ ଅନୁଯାୟୀ ଏନଡିଏକୁ ପ୍ରାୟ ୪୬% ଭୋଟ୍ (୬-୮ ଭୋଟ୍) ମିଳିଥିବା ବେଳେ ଇଣ୍ଡି ଆଲାଏନ୍ସକୁ ପ୍ରାୟ ସମାନ ପ୍ରତିଶତ ଭୋଟ୍ ମିଳିବ ବୋଲି ଆଶା କରାଯାଉଛି। ତେବେ ଏଥର ଉଭୟଙ୍କୁ ପାଖାପାଖି ୪ରୁ ୬ଟି ଭୋଟ୍ ମିଳିବ ବୋଲି କୁହାଯାଉଛି।

ଇଣ୍ଡିଆ ଟୁଡେ-ଆକ୍ସିସ ମାଇ ଇଣ୍ଡିଆ ଏକ୍ଜିଟ୍ ପୋଲ ଅନୁଯାୟୀ ଚଳିତ ବର୍ଷ ଏନଡିଏକୁ ୬-୮ ଟି ଭୋଟ୍ ମିଳିଥିବା ବେଳେ ଇଣ୍ଡି ଆଲାଏନ୍ସକୁ ଚଳିତ ବର୍ଷ ୨-୪ ଟି ଆସନ ମିଳିବ । ତେବେ ଏପରି ଭବିଷ୍ୟବାଣୀ ଅନେକଥର ଭୁଲ୍ ମଧ୍ୟ ପ୍ରମାଣିତ ହୋଇଛି।

Leave A Reply

Your email address will not be published.