Latest Odisha News

BREAKING NEWS

କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ: ଏହି ଜିଲ୍ଲାରେ ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ

ମାଲକାନଗିରି: ଦୁର୍ଗମ ମାଲକାନଗିରି ଜିଲ୍ଲାରେ ବିପର୍ଯ୍ୟସ୍ତ ହୋଇ ପଡ଼ିଛି ସ୍ୱାସ୍ଥ୍ୟସେବା । ଗରିବ ଆଦିବାସୀ ରୋଗରେ ପଡିଲେ ଖର୍ଚ୍ଚକୁ ଡରି ଚିକିତ୍ସା କରୁନାହାନ୍ତି । ବିଶେଷ କରି କର୍କଟ ପରି ଦୁରାରୋଗ୍ୟ ରୋଗ ହେଲେ କେବଳ ଭଗବାନଙ୍କ ଭରସାରେ ହିଁ ବଞ୍ଚୁଛନ୍ତି । ଏପରି ସ୍ଥିତିରେ    କର୍କଟ ରୋଗ କ୍ଷେତ୍ରରେ ରାଜ୍ୟ ସରକାରଙ୍କର ଯୁଦ୍ଧଦେହିଂ ଡ଼ାକରା। ଏଣିକି ବ୍ୟୟବହୁଳ ଟେଷ୍ଟିଂ ସବୁ ରୋଗୀ ମାଗଣାରେ ରହିପାରିବେ । ରାଜ୍ୟ ସରକାର ଏମିତି ସୁବିଧା ଯୋଗାଇ ଦେବେ ବୋଲି ଘୋଷଣା କରିଛନ୍ତି ।

ମାଲକାନଗିରିରେ କର୍କଟ ରୋଗ ଚିକିତ୍ସାର ନୂଆ ଅଧ୍ୟାୟ । ଏଣିକି ମାଗଣାରେ ହେବ ବ୍ୟୟବହୁଳ ଟେଷ୍ଟିଂ । ବିନା ଦେୟରେ ରୋଗୀ କରିବେ ପେଟ୍ ସିଟି ସ୍କାନ, ଏମଆରଆଇ ସିଟି ସ୍କାନ । ଆଜିଠୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ମାଗଣା ମିଳିବ ଏହିସବୁ ଟେଷ୍ଟିଂ ସୁବିଧା । ସେବାର ଶୁଭାରମ୍ଭ କରିଛନ୍ତି ନବରଙ୍ଗପୁର ସାଂସଦ ରମେଶ ଚନ୍ଦ୍ର ମାଝୀ, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ବାକା, ପୁର୍ବତନ ବିଧାୟକ ମାନସ ମାଡକାମି ଓ ଜିଲ୍ଲା ସ୍ଵତନ୍ତ୍ର ଉନ୍ନୟନ ପରିଷଦର ଅଧକ୍ଷ ଆଡମା ରାବା।

ଏହି ସୂଚନା ପାଇବା ପରେ ଚିକିତ୍ସା ପାଇଁ ଅର୍ଥାଭାବରୁ ଘର ଡିହ ବିକି ଦେଉଥିବା ରୋଗୀ ଏବେ ଖୁବ ଖୁସି  । ଖାଲି ଗରିବ ଆଦିବାସୀ ନୁହେଁ, ସାରା  ମାଲକାନଗିରି ଜିଲ୍ଲାବାସୀ ରାଜ୍ୟ ସରକାର ଏହି ସୁବିଧା ଯୋଗାଇ ଦେଇଥିବାରୁ  ଖୁସୀ ଜାହିର କରିଛନ୍ତି ।

 

 

Comments are closed.