ନୂଆଦିଲ୍ଲୀ: ବିଗ୍ ଫାଇଟ୍ ପାଇଁ ଆରମ୍ଭ ହୋଇଗଲାଣି କାଉଣ୍ଟଡାଉନ୍ । ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା । ଆଇସିସି ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଏବଂ ନ୍ୟୁଜିଲାଣ୍ଡ । ଦୁଇ ଟିମ୍ ପ୍ରସ୍ତୁତି ଜୋରଦାର୍ କରୁଛନ୍ତି । ଏହି ମ୍ୟାଚ ଦୁବାଇ ଇଣ୍ଟରନେସନାଲ ଷ୍ଚାଡିୟମରେ ଖେଳାଯିବ। ଏଥର ଚାମ୍ପୟନ୍ସ ଟ୍ରଫିର ଆୟୋଜକ ଦେଶ ହେଉଛି ପାକିସ୍ତାନ। ଏଥିପାଇଁ ଟିମ୍ ଇଣ୍ଡିଆ ତାର ସବୁ ମ୍ୟାଚ ଦୁବାଇରେ ଖେଳିଛି। ଫାଇନଲାକୁ ନେଇ ଦୁଇଟି ଭେନ୍ୟୁ ରଖାଯାଇଥିଲା, ଯେଉଁଥିରେ ଗୋଟିଏ ଥିଲା ଲାହୋର ଷ୍ଟାଡିୟମ ଆଉ ଏକ ଥିଲା ଦୁବାଇ ଷ୍ଟାଡିୟମ। ହେଲେ ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଟିମ୍ ଇଣ୍ଡିଆ ଫାଇନାଲ ପହଞ୍ଚିବା ପରେ ଏବେ ଫାଇନାଲ ମୁକାବିଲା ଦୁବାଇରେ ହେବ ବୋଲି ସ୍ପଷ୍ଟ ହୋଇଛି।

ଏବେ କ୍ରିକେଟ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ ଆସୁଛି ଯେ ଦୁବାଇରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚର ସମୟ ପରିବର୍ତ୍ତନ ହେବ ନି ତ ? ହେଲେ ଏମିତି କିଛି ହେବ ନାହିଁ। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଫାଇନାଲ ମ୍ୟାଚ ଖେଳା ଯିବ ବୋଲି ଜଣାପଡ଼ିଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଫାଇନାଲ ମ୍ୟାଚ ଭାରତୀୟ ସମୟ ଦ୍ୱିପ୍ରହର 2:30 ସମୟରେ ଖେଳାଯିବ। ଆଉ ଟସ୍ 2ଟା ସମୟରେ ପଡ଼ିବ। ବର୍ତ୍ତମାନ ଯାଏ ସବୁ ମ୍ୟାଚ୍ ଏହି ସମୟରେ ଖେଳାଯାଇଛି।

ସୂଚନା ଥାଉକି, ଭାରତର ସମ୍ଭାବ୍ୟ ଏକାଦଶରେ: ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଆୟର, ଅକ୍ଷର ପଟେଲ, ଲୋକେସ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ମହମ୍ମଦ ଶାମି ଏବଂ ବରୁଣ ଚକ୍ରବର୍ତ୍ତୀ ଖେଳି ପାରନ୍ତି। ଟିମ୍ ଇଣ୍ଡିଆର ଉଭୟ ବୋଲର ଏବଂ ବ୍ୟାଟର ଏବେ ଦମଦାର ଫର୍ମରେ ଅଛନ୍ତି। ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ୍ ଭଳି ଭାରତ ଚାମ୍ପିୟନ୍ସ ଟ୍ରଫିରେ ବି ଭଲ ପ୍ରଦର୍ଶନ କରିବ ବୋଲି କ୍ରିକେଟ ସମୀକ୍ଷକମାନେ କହିଛନ୍ତି।
Comments are closed.