ଓଡ଼ିଶା ସମ୍ବାଦ ବ୍ୟୁରୋ: ଉତ୍ତରପ୍ରଦେଶ କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ଏହାର ଐତିହାସିକତା ଏବଂ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଅତ୍ୟନ୍ତ ପ୍ରସିଦ୍ଧ। ଯଦି ଆପଣ ମଧ୍ୟ ଆପଣଙ୍କର ବନ୍ଧୁ ଏବଂ ପରିବାର ସହିତ ଉତ୍ତରପ୍ରଦେଶକୁ ଏକ୍ସପ୍ଲୋର କରିବାକୁ ଯୋଜନା କରୁଛନ୍ତି, ତେବେ ଅକ୍ଟୋବର ମାସ ସର୍ବୋତ୍ତମ ମାସ ହୋଇପାରିବ।
ବାରାଣାସୀ ସହର କେବଳ ଭାରତରେ ନୁହେଁ ସମଗ୍ର ବିଶ୍ୱରେ ପ୍ରସିଦ୍ଧ ଶିବ ମନ୍ଦିର ଏବଂ ଗଙ୍ଗା ନଦୀ କୂଳରେ ଥିବା ଐତିହାସିକ ଗଙ୍ଗା ଆରତୀ ପାଇଁ ପ୍ରସିଦ୍ଧ। ଅକ୍ଟୋବର ମାସ ବାରାଣାସୀର ଗଳି ଗଳିରେ ବୁଲିବା ଏବଂ ସ୍ଥାନୀୟ ଜିନିଷ ଏକ୍ସପ୍ଲୋର କରିବା ସର୍ବୋତ୍ତମ ବୋଲି ବିବେଚନା କରାଯାଏ।
ଉତ୍ତରପ୍ରଦେଶରେ ବୁଲିବା ପାଇଁ ଅନେକ ଭଲ ସ୍ଥାନ ଅଛି। ଆଗ୍ରା ଏକ ସୁନ୍ଦର ଏବଂ ଲୋକପ୍ରିୟ ସହର ମଧ୍ୟରୁ ଗୋଟିଏ। ବିଶ୍ୱ ପ୍ରସିଦ୍ଧ ତାଜମହଲ ସହିତ ଆଗ୍ରାଠାରେ ଦୟାଲବାଗ, ସୁର ସରୋବର ଏବଂ ଫତେହପୁର ସିକ୍ରି ପରିଦର୍ଶନ କରିବାକୁ ବହୁତ ଭଲ ସ୍ଥାନ ଅଛି। ଉତ୍ତରପ୍ରଦେଶର ବାରାଣାସୀ ନିକଟରେ ଅବସ୍ଥିତ ସାରନାଥ ଭାରତର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଅଟେ। ଯାହା ବୌଦ୍ଧ ଧର୍ମର ପୁରୁଣା ସଂସ୍କୃତିକୁ ସଂରକ୍ଷିତ କରି ରଖିଛି। ଯଦି ଆପଣ ଇତିହାସ ପ୍ରତି ଆଗ୍ରହୀ, ତେବେ ଆପଣ ଏହି ସ୍ଥାନକୁ ବହୁତ ଭଲ ଭାବେ ଉପଭୋଗ କରିପାରବେ।
Comments are closed.