Latest Odisha News

BREAKING NEWS

ବିସ୍ଫୋରକ ଜବତ ଘଟଣା: ବାଲେଶ୍ୱରରୁ ଅନ୍ୟ ଜଣେ ଅଭିଯୁକ୍ତ ଗିରଫ

ବାଲେଶ୍ୱର : କୋଲକତା ସ୍ୱତନ୍ତ୍ର ଟାସ୍କ ଫୋର୍ସ (ଏସଟିଏଫ୍) କୋଲକାତାରୁ ବିସ୍ଫୋରକ ବୋଝେଇ ଟ୍ରକ୍ ଜବତ ମାମଲାରେ ସୋମବାର ଦିନ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

ଗିରଫ ବ୍ୟକ୍ତି ଜଣକ ସୁକାନ୍ତ ସାହୁ ଏବଂ ତାଙ୍କ ଘର ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବୋଲି ଜଣାପଡିଛି ।

 

ଏହି ମାମଲାରେ ପୂର୍ବରୁ ବାଲେଶ୍ୱର ବସ୍ତା ବ୍ଲକ ମେଲକ ଗାଁର ଇନ୍ଦ୍ରଜିତ (୨୫) ଏବଂ ବସ୍ତା ବ୍ଲକ ମଥାନି ଗାଁର ପଦ୍ମଲୋଚନ (୩୧) ଗିରଫ କରାଯାଇଥିଲା। ଦୁହେଁ ଗାଡିର ଡ୍ରାଇଭର ଓ ହେଲପର ଥିଲେ ।

ଏହି ୨ଜଣ ଅଭିଯୁକ୍ତଙ୍କ ସୂଚନାକୁ ଆଧାର କରି ଏସଟିଏଫ୍ ଟିମ୍ ଶେଖ ରବିଉଲ (୪୦)ଙ୍କୁ ଗିରଫ କରିଥିଲା । ଯିଏକି ପଶ୍ଚିମବଙ୍ଗର ବରସାତ ଠାରେ ଜବତ ସମସ୍ତ ସାମଗ୍ରୀଗୁଡିକୁ ପହଞ୍ଚାଇଥାଆନ୍ତା।

ସୂଚନାଯୋଗ୍ୟ, ଓଡିଶାରୁ ପଶ୍ଚିମବଙ୍ଗ ଉତ୍ତର ୨୪ ପ୍ରଗଣା ଜିଲ୍ଲାକୁ ପ୍ରାୟ ୧୦୦୦ କେଜି. ବିସ୍ଫୋରକୁ ଟ୍ରକ୍ ଯାଉଥିବା ବେଳେ ମାର୍ଚ୍ଚ ୮ ତାରିଖ ରାତି ପ୍ରାୟ ୧୨ଟା ୩୦ ମିନିଟ୍ ସମୟରେ କୌଣସି ସୁତ୍ରରୁ ଖବର ପାଇ ବିଟି ରୋଡ ନିକଟରେ ତଳପୁଲ ଅଞ୍ଚଳରୁ ଏସଟିଏଫ୍ ଟିମ୍ ଗାଡିକୁ ଜବତ କରିଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଆହୁରି ମଧ୍ୟ ବାଲେଶ୍ୱର ଜିଲ୍ଲା ରୁପସା ଅଞ୍ଚଳର ତପନ କୁମାର ମହାପାତ୍ର ନାମକ ଜଣେ ବ୍ୟକ୍ତି ତାଙ୍କ ଟ୍ରକ୍ ହଜିଯାଇଥିବା ନେଇ ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.