Latest Odisha News

BREAKING NEWS

ଷଡଯନ୍ତ୍ର: ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଗୁପ୍ତ ସୂଚନା ପାକିସ୍ତାନକୁ ଯୋଗାଉଥିଲା କାର୍ଯ୍ୟରତ ଡ୍ରାଇଭର

ନୂଆଦିଲ୍ଲୀ: ଭାରତର ସୁରକ୍ଷା ଏଜେନ୍ସି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟରେ କାର୍ଯ୍ୟ କରୁଥିବା ଜଣେ ଡ୍ରାଇଭରକୁ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ଗିରଫ କରିଛନ୍ତି । ପାକିସ୍ତାନର ଆଇଏସଆଇ ତାଙ୍କୁ ପ୍ରଥମେ ହନୀ ଟ୍ରାପରେ ଫସାଇଥିଲା । ଏହା ପରେ ଗୁପ୍ତ ତଥ୍ୟ ଯୋଗାଇବାକୁ ବାଧ୍ୟ କରାଇଥିଲା । ଏବେ ସୁରକ୍ଷା ଏଜେନ୍ସି ଏହି ଡ୍ରାଇଭରଙ୍କ ସହ ଅନ୍ୟ କିଏ ଜଡିତ ଅଛି ତାହା ଜାଣିବା ପାଇଁ ତଦନ୍ତ ଜୋର କରିଛି । ପୂର୍ବରୁ ଆଇଏସଆଇ ହନୀ ଟ୍ରାପରେ ବଡ ବଡ ଅଫିସରକୁ ଫସଉଥିଲା । ଏବେ ଡ୍ରାଇଭର ପରି କର୍ମଚାରୀଙ୍କୁ ଟାର୍ଗେଟ କରିଥିବାରୁ ସୁରକ୍ଷା ଏଜେନ୍ସି ଚିନ୍ତା ବ୍ୟକ୍ତ କରିଛି ।

ଅଭିଯୁକ୍ତଙ୍କ ନିକଟରୁ କିଛି ଭିଡିଓ ଏବଂ ଫଟୋ ମିଳିଛି । ବୈଦେଶିକ ମନ୍ତ୍ରଣାଳୟର ବିବୃତିକୁ ଅପେକ୍ଷା କରାଯାଇଛି । ଡ୍ରାଇଭରଜଣଙ୍କ ପାକିସ୍ତାନର ଜଣେ ମହିଳାଙ୍କୁ ଏହି ତଥ୍ୟ ପଠାଉଥିବା ସନ୍ଦେହ କରାଯାଉଛି । ବାରମ୍ବାର ଏ ଭଳି ଘଟଣା ସମ୍ମୁଖକୁ ଆସୁଥିବାରୁ ସୁରକ୍ଷା ଏଜେନ୍ସିକୁ ସତର୍କ ରହିବା ପାଇଁ କୁହାଯାଇଛି ।

Leave A Reply

Your email address will not be published.