ବ୍ରହ୍ମପୁର:ପୁରୁଣା ବ୍ରହ୍ମପୁର ରାଧାକାନ୍ତ ସାହି ନିବାସୀ ତଥା ସହରର ପ୍ରଥମ ମହିଳା ରୋଷେୟା ୟୁ.ଦମୟନ୍ତୀଙ୍କ ଗୁରୁବାର ସକାଳେ ବାସଭବନରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୯୫ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ପୁଅ ରମେଶ ଓ ଦୁର୍ଗା, ଝିଅ ସୌଭାଗ୍ୟ ଏବଂ ରଜନୀଙ୍କ ସମେତ ୧୬ଜଣ ନାତିନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ମୃତ୍ୟୁ ପରେ ପରିବାର ବର୍ଗ ଚକ୍ଷୁଦାନ ପାଇଁ ଇଚ୍ଛା ପ୍ରକାଶ କରିଥିଲେ। ଏମକେସିଜିର ଚକ୍ଷୁ ବିଭାଗର ଡା.ଶୁଭଶ୍ରୀ ପୃଷ୍ଟି ଏବଂ ଡା.ପିୟୁଷ ଜେନ୍ କର୍ଣ୍ଣିଆ ସଂଗ୍ରହ କରିଥିଲେ। ଚଳିତ ବର୍ଷର ଏହା ୧୫ତମ ଚକ୍ଷୁଦାନ। ଫ୍ରେଣ୍ଡସ ହେଲପିଂ କ୍ଲବର କେ.ପି.କେ.ସୁବୁଦ୍ଧି, ଭି.ଭେଙ୍କଟରାମଣା ରାଜୁ, ପି.ଶ୍ରୀନିବାସ ରାଓ, ଜାମୁଲା ସୁରେଶ, ଇ.ଲକ୍ଷ୍ମୀକାନ୍ତ, ଏସ୍.ଦୁର୍ଗା ପ୍ରସାଦଙ୍କ ସମେତ ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ।
ମୃତା ଦମୟନ୍ତୀ ରୋଷେଇ ଭାବେ ବ୍ରହ୍ମପୁର ସହରରେ ପ୍ରସିଦ୍ଧ ଲାଭ କରିଥିଲେ। ସହରର ପ୍ରଥମ ମହିଳା ରୋଷେଇ ଭାବେ ସେ ବେଶ୍ ପରିଚିତ ଥିଲେ। ପ୍ରାୟ ୬୦ ବର୍ଷ ହେଲା ସେ ବିଭିନ୍ନ ଭୋଜିଭାତ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମଗୁଡ଼ିକରେ ରୋଷେଇ କରୁଥିଲେ। କେବଳ ବ୍ରହ୍ମପୁର ସହର କିମ୍ବା ଗଞ୍ଜାମ ଜିଲା ନୁହଁ, ବରଂ ରାଜ୍ୟ ବାହାରେ ମଧ୍ୟ ତାଙ୍କର ଲୋକପ୍ରିୟତା ରହିଥିଲା। ତାଙ୍କ ହାତ ରନ୍ଧା ଖାଦ୍ୟ ଅନେକଙ୍କୁ ତାଙ୍କର ପ୍ରଶଂସକ ସଜାଇଥିଲା। ୧୯୯୦ ମସିହାରେ ଆସିକା ବନ୍ୟା ପରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିଲା। ପାଣି ଘେରରେ ରହିଥିବା ଲୋକମାନେ ଖାଇବାକୁ ପାଇନଥିଲେ। ଏହି ସମୟରେ ବନ୍ୟା ପୀଡ଼ିତଙ୍କ ମାଗଣାରେ ଖାଦ୍ୟ ବଣ୍ଟନ କରିଥିଲେ ଦମୟନ୍ତୀ। ସେଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ତାଙ୍କୁ ସ୍ବତନ୍ତ୍ର ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ତା’ ପରବର୍ତ୍ତି ସମୟରେ ମଧ୍ୟ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ମାଗଣାରେ ଖାଦ୍ୟ ବଣ୍ଟନ କରୁଥିଲେ। ତାଙ୍କ ଠାରୁ ପ୍ରାୟ ଏକ ହଜାରରୁ ଅଧିକ ରୋଷେଇ ତାଲିମ୍ ଗ୍ରହଣ କରିଛନ୍ତି। ବୟସାଧିକ ଯୋଗୁ ଗତ କିଛି ବର୍ଷ ହେଲା ସେ ରୋଷେଇ ଠାରୁ ଦୂୂରରେ ରହିଥିଲେ। କିନ୍ତୁ ତାଙ୍କ ପରିବାରର ଅନ୍ୟ ସଦସ୍ୟମାନେ ବ୍ୟବସାୟକୁ ଆଗକୁ ନେଇଥିଲେ। ତାଙ୍କ ମୃତ୍ୟୁରେ ବିଭିନ୍ନ ମହଲରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
BREAKING NEWS
- ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ୪ ବସ୍ ଜବତ…ଥିଲା ନକଲି ନମ୍ବର ପ୍ଲେଟ୍, ଲାଗିଲା ମୋଟା ଫାଇନ
- ଯୁବକଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାଶ;୪ ହଜାର ଟଙ୍କା ନେଇଯାଇଥିବା ସନ୍ଦେହରେ ବନ୍ଧୁକୁ ହତ୍ୟା
- Naxalites Surrender:୫୨ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ;ମୁଣ୍ଡରେ ରହିଛି ୧କୋଟି୪୧ ଲକ୍ଷ
- Iran tensions: ଇସ୍ରାଏଲ ଯାତ୍ରା ନେଇ ଆଡଭାଇଜରୀ ଜାରି କଲା ଭାରତ
- ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଶିକ୍ଷକ ଗିରଫ
- ମିଶନ ଶକ୍ତି ଏବଂ ପର୍ଯ୍ୟଟନ ଓ ଆତିଥେୟତା ଦକ୍ଷତା ପରିଷଦ ମଧ୍ୟରେ ବୁଝାମଣା, ୪୦୦୦ ମହିଳାଙ୍କୁ ମିଳିବ…
- ପାଲକ ପନିରକୁ ନେଇ ବିବାଦ, ଭାରତୀୟ ଛାତ୍ରଙ୍କୁ ମିଳିଲା ୧.୮ କୋଟି…
- Indian coast guard: ଭାରତୀୟ ଜଳସୀମାରେ ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଡଙ୍ଗା ଜବତ, ୯ ଗିରଫ
- ଇରାନରେ ବଢୁଛି ହିଂସା; କାଲିଠୁ ଉଦ୍ଧାର ହେବେ ଭାରତୀୟ..
- group clash: ଗୋଷ୍ଠୀ ସଂଘର୍ଷ ପରେ ଆସନ୍ତାକାଲି ସୁନ୍ଦରଗଡ଼ ସହରରେ ସବୁ ସ୍କୁଲ,କଲେଜ ବନ୍ଦ
Comments are closed.