Latest Odisha News

BREAKING NEWS

ଧାମନଗର ଉପନିର୍ବାଚନରେ ୬୬. ୬୩ ପ୍ରତିଶତ ଭୋଟ୍ ଦେଲେ

ଧାମନଗର: ଶେଷ ହେଲା ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିଲା ମତଦାନ। ସଂଧ୍ୟା ୬ଟା ସୁଦ୍ଧା ୬୬. ୬୩ ପ୍ରତିଶତ ମତଦାନ ହୋଇଥିବା ନିର୍ବାଚନ କମିଶନଙ୍କଠାରୁ ସୂଚନା ମିିଳିଛି। ସଂଧ୍ୟା ୫ଟା ସୁଦ୍ଧା ୫୮.୫୩% ଥିଲା ମତଦାନ। ଧାମନଗରର ଭୋଟର ସଂଖ୍ୟା ୨ ଲକ୍ଷ ୩୮ହଜାର ୪୧୭ ଜଣ ଭୋଟର ରହିଛନ୍ତି।

ଭୋଟିଂ ବେଳେ ଗାଁ ଗୁଡିକରେ ଗଣ୍ଡୋଗୋଳ ହୋଇଛି। ହେଲେ ବୁଥ ଗୁ଼ଡିକରେ କୌଣସି ପ୍ରକାର ଗଣ୍ଡଗୋଳ ହୋଇନଥିବା ରାଜ୍ୟ ନିର୍ବାଚନ ଅଧିକାରୂ ସୁନୀଲ ଲୋହନୀ ସୂଚନା ଦେଇଛନ୍ତି। ତେବେ ପିଙ୍କ୍ ବୁଥରେ ଭଲ ମତଦାନ ହୋଇଥିବା ସୂଚନା ରହିଛି। ଏହାର ଅର୍ଥ ମୋଟ୍ ଭୋଟରଙ୍କ ମଧ୍ୟରୁ ଆଜିର ମତଦାନରେ ମହିଳା ମାନେ ସକ୍ରିୟ ଭାବେ ଅଂଶ ଗ୍ରହଣ କରିଛନ୍ତି।

ବିଜେଡିର ଅବନ୍ତୀ ଦାସ, ବିଜେପିରୁ ସୂର୍ଯ୍ୟବଂଶୀ ସୁରଜ, କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ, ସ୍ୱାଧୀନ ପ୍ରାର୍ଥୀ ଭାବେ ରାଜେନ୍ଦ୍ର କୁମାର ଦାସ ଓ ପବିତ୍ର ମୋହନ ଦାସଙ୍କ ପାଇଁ ମତଦାନ ହୋଇଛି। ଏବେ ଭୋଟ୍ ଶେଷ ହୋଇଥିବାରୁ ଅପେକ୍ଷା ଫଳାଫଳକୁ। ୬ ତାରିଖରେ ଖୋଲିବ ଭୋଟ୍ ବାକ୍ସ।

ମିିଳିଥିବା ସୂଚନା ଅନୁଯାୟୀ ଭୋଟ୍ ଅବଧି ଶେଷ ପୂର୍ବରୁ ଯେଉଁମାନେ ବୁଥ ଭିତରେ ପ୍ରବେଶ କରିଥିବେ ସେମାନଙ୍କୁ ମତଦାନ କରିବାକୁ ସୁଯୋଗ ମିଳିବ। ତେଣୁ ଆଗାମୀ ସମୟରେ ଏହି ଭୋଟ୍ ପ୍ରତିଶତ ବଢିପାରେ।

Leave A Reply

Your email address will not be published.