Latest Odisha News

BREAKING NEWS

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ, ଫାଟୁ ସିନେରୀରେ କଲେ ଚକ୍ଷୁ ଚିକିତ୍ସା ଶିବିର

କୋରାପୁଟ : କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ । ଫାଟୁ ସେନେରୀରେ ଅଞ୍ଚଳରେ ଚକ୍ଷୁ ଚିକିତ୍ସା ଶିବିର କରିଛି ଆନ୍ଧ୍ର । କୋରାପୁଟ ଜିଲ୍ଲା ପ୍ରଶାସନର ତାଗିଦକୁ ଖାତିର କରୁନାହାନ୍ତି ଆନ୍ଧ୍ର ଅଧିକାରୀ । ବାରମ୍ବାର କୋଟିଆର ବିବାଦୀୟ ଗ୍ରାମରେ କାର୍ଯ୍ୟକ୍ରମ ଜାରି ରଖିଛି । ଆଜି କୋଟିଆର ଫାଟୁସିନେରୀରେ ଚକ୍ଷୁ ଚିକିତ୍ସା ଶିବିରର ଆୟୋଜନ କରିଛି ଆନ୍ଧ୍ର । ଫାଟୁସିନେରୀ ସମେତ ସଲପଗୁଡା, ହରମାଣ୍ଡାଙ୍ଗି ଓ ନିକଟବର୍ତ୍ତି ଗ୍ରାମରେ ଶିବିର ଆୟୋଜନ କରି ଚକ୍ଷୁ ପରୀକ୍ଷା କରିଛନ୍ତି ଆନ୍ଧ୍ର ଅଧିକାରୀ ।

ଆନ୍ଧ୍ର ସରକାରଙ୍କ କାଣ୍ଟି ଯୋଜନାରେ ଲୋକଙ୍କ ମାଗଣା ଚକ୍ଷୁ ପରୀକ୍ଷା କରାଯାଇଛି । ଦୃଷ୍ଟି ଶକ୍ତି କମିଥିବା ଲୋକଙ୍କୁ ମାଗଣାରେ ଚଷମା ବଣ୍ଟନ କରିବା ସହ ଅପରେସନ କରିବା ନେଇ ତାଲିକା ପ୍ରସ୍ତୁତ କରାଯାଇଛି । ଖୁବଶୀଘ୍ର ସେମାନଙ୍କୁ ଆବଶ୍ୟକ ସେବା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛି ଆନ୍ଧ୍ର । ଆନ୍ଧ୍ରର ଥୋନାମ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଭେଣୁଗୋପାଳଙ୍କ ଡାକ୍ତରୀ ଟିମ ଆସି ଲୋକଙ୍କ ଚକ୍ଷୁ ପରୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ୧୫ ଜଣକ ଚକ୍ଷୁ ଅପରେସନ ଓ ୧୮ ଜଣକୁ ଚଷମା ପ୍ରଦାନ କରିବାକୁ ଡାକ୍ତରୀ ଟିମ୍ ସ୍ଥିର କରିଥିବା ଜଣାପଡିଛି ।

Leave A Reply

Your email address will not be published.