Latest Odisha News

କଳାଜାଇରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ…

ଭୁବନେଶ୍ବର:ଚେହେରାରେ କଳାଜାଇ ଥିଲେ ସୁନ୍ଦର ଦିଶନ୍ତି ଖାସ୍ କରି ଝିଅମାନେ । କିନ୍ତୁ ଏହି ବ୍ୟୁଟି ସ୍ପଟ୍‌ ରୁ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଅନେକ କଥା ଜାଣିହୁଏ ।

ଯଦି କାହାର ନାକରେ କଳାଜାଇ ଥାଏ, ସିଏ ଭାଗ୍ୟଶାଳୀ ହୋଇଥାଏ । ଏଥିସହ ଜୀବନରେ ଖୁବ୍‌ ଉନ୍ନତି କରିଥାନ୍ତି। ଏହି ବ୍ୟକ୍ତିମାନେ କଷ୍ଟ କରି ସଫଳତା ପାଇବାରେ ବିଶ୍ବାସ ରଖନ୍ତି ।

ଡାହାଣ ପଟ ପତା ଉପରେ କଳାଜାଇ ଥାଏ, ସେ ଧାର୍ମିକ ସ୍ବଭାବର ହୋଇଥାନ୍ତି ବୋଲି ବିଶ୍ୱାସ କରାଯାଏ।

ଯେଉଁ ବ୍ୟକ୍ତିଙ୍କ ତାଳୁ ଉପରେ କଳାଜାଇ ଥାଏ ସେ ଧନବାନ ହୋଇଥାଏ । ଏଥିସହ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ହେବା ସହ ଜୀବନରେ ଖୁବ୍‌ ଲୋକପ୍ରିୟତା ହାସଲ କରିଥାନ୍ତି।

ସେହିପରି ତାଳୁ ବ୍ୟତୀତ ମୁଣ୍ଡର ଅନ୍ୟ କୌଣସି ସ୍ଥାନରେ ପଛପଟ ଅବା ମଥାର ଡାହାଣ ପଟେ କଳାଜାଇ ରହିବା ସେତେଟା ଶୁଭଫଳ ଦେଇ ନଥାଏ। ଏହି ସ୍ଥାନରେ କଳାଜାଇ ଥିବା ବ୍ୟକ୍ତିଙ୍କ ଜୀବନ ବେଶ୍‌ ସଂଘର୍ଷପୂର୍ଣ୍ଣ ହୋଇଥାଏ ।

ମୁହଁର ବାମପଟେ କଳାଜାଇ ରହିଲେ ଶୁଭ ନୁହେଁ । ହେଲେ ମୁହଁର ଡାହାଣ ପଟେ କଳାଜାଇ ଥିଲେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି।

କାନ ଉପରେ କଳାଜାଇ ରହିବା ବୁଦ୍ଧିମାନ ତଥା ଚତୁରତାର ସଙ୍କେତ ଦିଏ। ଯେଉଁମାନଙ୍କର ଏମିତି ଥାଏ ସେମାନେ ନିଜ ବୁଦ୍ଧି ବଳରେ ଖୁବ୍‌ ଟଙ୍କା ଅର୍ଜନ କରିଥାନ୍ତି।

Comments are closed.