ନୂଆଦିଲ୍ଲୀ: ପାକିସ୍ତାନ ପାଇଁ ଚିନ୍ତା ବଢ଼ାଇଲା ଆତଙ୍କବାଦୀ । ଯେଉଁ ପାକିସ୍ତାନ ଆତଙ୍କବାଦୀଙ୍କୁ ପାଳି ପୋଷି ବଡ଼ କରିଛି, ସେହି ଆତଙ୍କବାଦୀ ଆଜି ପାକିସ୍ତାନ ସରକାର ଓ ସେନା ବେକରେ କଣ୍ଟା ସାଜିଛନ୍ତି । ଆଫଗାନିସ୍ତାନ ସହ ପାକିସ୍ତାନର ସଂଘର୍ଷ ଚାଲିଥିବାବେଳେ ଏବେ ରାୱଲପିଣ୍ଡି ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି ତେହରିକ୍-ଏ-ତାଲିବାନ ପାକିସ୍ତାନ ବା ଟିଟିପି। ଯେଉଁ ଟିଟିପି ନାଁରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା ପାକିସ୍ତାନ, ସେହି ଟିଟିପି ଏକ ଭିଡିଓ ଜାରି କରି ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଦେଇଛି ବଡ଼ ଧମକ…ଯାହା ପାକିସ୍ତାନ ସୁରକ୍ଷା ଏଜେନ୍ସି ଓ ସେନାକୁ ସଂକଟରେ ପକାଇ ଦେଇଛି ।
ଟିଟିପିର ଜଣେ ବରିଷ୍ଠ କମାଣ୍ଡର ପାକିସ୍ତାନ ସେନା ମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିରଙ୍କୁ ଖୋଲା ଧମକ ଦେଇଛନ୍ତି । ଆଉ କହିଛନ୍ତି ଯେ, ସୈନିକଙ୍କୁ ମରିବା ପାଇଁ ଛାଡ଼ିବା ପରିବର୍ତ୍ତେ ଅସୀମ ମୁନିର ମଇଦାନକୁ ନିଜେ ଆସନ୍ତୁ । ଯଦି ସେ ମା’କ୍ଷୀର ପିଇଛନ୍ତି, ତେବେ ଟିଟିପି ସହ ସିଧାସଳଖ ଲଢ଼େଇ କରନ୍ତୁ ବୋଲି ଓପନ୍ ଚ୍ୟାଲେଞ୍ଜ ଦେଇଛି ଏହି ଆତଙ୍କୀ ସଂଗଠନ… ତେବେ ଏହି ଭିଡିଓ ଜାରି କରିବା ପରେ ଟିଟିପି କମାଣ୍ଡର କାଜିମ୍ ଉପରେ ପାକିସ୍ତାନ ସରକାର ୧୦ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କରିଛନ୍ତି । ତେବେ ପାକିସ୍ତାନ ଟିଟିପିକୁ ଆତଙ୍କବାଦୀ ସଂଗଠନ କହିଥାଏ…ଏହାକୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସର୍ବଦା ବିବାଦ ଲାଗି ରହିଛି…
ନିକଟରେ ହୋଇଥିବା ଦୁଇ ଦେଶ ମଧ୍ୟରେ ସଂଘର୍ଷ ମଧ୍ୟ ଏହି କାରଣରୁ ହୋଇଛି…ତୁର୍କୀ ଓ କତାର ମଧ୍ୟସ୍ଥତା କରିବା ସତ୍ତ୍ବେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଲାଗି ରହିଛି । ପାକିସ୍ତାନ ମିଡିଆ ରିପୋର୍ଟ ଅନୁସାରେ, ଟିଟିପି ପାକିସ୍ତାନୀ ସେନାକୁ ଜୋର୍ଦାର ଟାର୍ଗେଟ୍ କରୁଛି । ସେଥିପାଇଁ ବାରମ୍ବାର ସେମାନଙ୍କ ଉପରେ ଆକ୍ରମଣ କରାଯାଉଛି । ସେହିପରି ଟିଟିପିର ଏଭଳି କାଣ୍ଡ ଯୋଗୁ ପାକିସ୍ତାନ ଭିତରେ ଥିବା ବିଭିନ୍ନ ବିଦ୍ରୋହୀ ସଂଗଠନଗୁଡ଼ିକୁ ମଧ୍ୟ ବଳ ମିଳୁଛି । ବର୍ତ୍ତମାନ ପାକିସ୍ତାନ ଭିତରେ ଲସ୍କର-ଏ-ଝଙ୍ଗ୍ବି ବା ଏଲ୍ଇଜେ, ଇସ୍ଲାମିକ୍ ଷ୍ଟେଟ୍ ଖୁରାସାନ ପ୍ରାନ୍ତ ବା ISKP ଏବଂ ଜୈଶ୍-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନ ରହିଛନ୍ତି । ଏଲ୍ଇଜେ ସର୍ବଦା ପାକିସ୍ତାନ ଭିତରେ ସାଂପ୍ରଦାୟିକ ଆକ୍ରମଣ କରିଥାଏ…ସେହିପରି ISKP ଟିଟିପିକୁ ନିଜ ସହ ସାମିଲ କରିଛି…ଅନ୍ୟପଟେ ବଲୁଚିସ୍ତାନ ଲିବରେସନ୍ ଆର୍ମି ମଧ୍ୟ ଲଗାତାର ପାକିସ୍ତାନ ସେନା ଉପରେ ଆକ୍ରମଣ କରୁଛି…
BREAKING NEWS
- Chandigarh blast:ବିଜେପି କାର୍ଯ୍ୟାଳୟ ବାହାରେ ଗ୍ରେନେଡ୍ ଆକ୍ରମଣ; କେନ୍ଦ୍ରୀୟ ଏଜେନ୍ସିର ତଦନ୍ତ ଆରମ୍ଭ
- ECoR:ପୁଣି ଦେଶର ଏକ ନମ୍ବର ରେଳ ଜୋନ୍ ହେଲା ପୂର୍ବ ତଟ ରେଳପଥ; ସର୍ବାଧିକ ୨୮୬.୩ ନିୟୁତ ଟନ୍ ପଣ୍ୟ ପରିବହନ
- Odia Pakhya:ଏପ୍ରିଲ ୪ରେ ଆୟୋଜିତ ହେବ ଖଡ଼ିଛୁଆଁ ସହ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ
- ଷ୍ଟାଡିୟମ ସଫା କରି ଚର୍ଚ୍ଚାରେ ଏହି ମହାନ ଖେଳାଳି
- DGP Award: ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ମିଳିଲା ପଦକ
- Make in India: ଟେକ୍ ଟ୍ରାନ୍ସଫର ଚୁକ୍ତି ଅନୁଯାୟୀ ଇସ୍ରାଏଲ ଭାରତକୁ ଦେଲା ପ୍ରଥମ ହାଲୁକା ମେସିନ୍ ଗନ୍ ; ଜାଣନ୍ତୁ ଏହାର ବିଶେଷତ୍ୱ
- VFS Global at BSABT: ବରମୁଣ୍ଡାରେ ଖୋଲିଲା ଭିସା କେନ୍ଦ୍ର;ଆଉ ଯିବାକୁ ପଡିବନି ଅନ୍ୟ ରାଜ୍ୟକୁ…
- Odisha Day:ଉତ୍କଳମଣିଙ୍କ ଜନ୍ମପୀଠରେ ପାଳିତ ହେଲା ଓଡ଼ିଶା ଦିବସ;ପୁରୀରେ ହେବ କ୍ରୁଜ୍ ଟର୍ମିନାଲ୍ ପ୍ରତିଷ୍ଠା …
- CCS meeting: ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ଡାକିଲେ CCS ବୈଠକ; ଆଜି ସନ୍ଧ୍ୟା…
- ଫିଫା ବିଶ୍ୱକପ: କ୍ରମାଗତ ତୃତୀୟ ଥର ପାଇଁ ଯୋଗ୍ୟତା ହାସଲ କରିପାରିଲା ନାହିଁ ଇଟାଲୀ, ଚୂଡାନ୍ତ ହେଲା ୪୮ ଟିମ
Comments are closed.