ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ଦୁଇ ଦିଗ୍ଜ ବ୍ୟାଟର୍ ବିରାଟ କୋହଲି ଓ ରୋହିତ ଶର୍ମା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ବିଶେଷ ସ୍ଥାନ ନେଇଛନ୍ତି। ଉଭୟ ଖେଳାଳି ନିଜ ପରିଶ୍ରମ ଓ ଖେଳ ମାଧ୍ୟମରେ କେବଳ ଭାରତୀୟ କ୍ରିକେଟ୍କୁ ନୂଆ ଉଚ୍ଚତାକୁ ପହଞ୍ଚାଇ ନାହାନ୍ତି, ବରଂ ବିଶ୍ୱବ୍ୟାପୀ ନିଜ ଫ୍ୟାନ୍ ମଧ୍ୟ ତିଆରି କରିଛନ୍ତି। ବିରାଟ ଓ ରୋହିତ ଉଭୟ ମଇଦାନରେ ନିଜ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଜଣାଶୁଣା, ଅନ୍ୟପଟେ ସେମାନଙ୍କ ବ୍ୟକ୍ତିଗତ ଜୀବନ ଓ ଆୟକୁ ନେଇ ମଧ୍ୟ ବହୁ ଚର୍ଚ୍ଚା ହେଉଛି।
ଭାରତରେ କ୍ରିକେଟ୍ର ଏତେ କ୍ରେଜ୍ ଯେ ପ୍ରତ୍ୟେକେ ଜାଣିବାକୁ ଚାହାନ୍ତି ଯେ ନିଜ ପସନ୍ଦର ଖେଳାଳି କେତେ ରୋଜଗାର କରୁଛନ୍ତି। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫ୍ୟାନ୍ ବିଶ୍ୱବ୍ୟାପୀ ରହିଛନ୍ତି ଏବଂ ସୋସିଆଲ୍ ମିଡିଆରେ ଏହି ଦୁଇ ଜଣଙ୍କ ମଧ୍ୟରେ ତୁଳନା ଓ ବାଦାନୁବାଦ ମଧ୍ୟ ଦେଖିବାକୁ ମିଳେ। ବିଶେଷକରି ଏହି ପ୍ରଶ୍ନ ଯେ କିଏ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଆସନ୍ତୁ ଜାଣିବା ବିରାଟ କୋହଲିଙ୍କୁ ଗୋଟିଏ ମ୍ୟାଚ୍ ଖେଳିବା ପାଇଁ କେତେ ଫିସ୍ ମିଳୁଛି ଏବଂ ରୋହିତ ଶର୍ମାଠାରୁ କେତେ କମ୍ କି ଅଧିକ।
ବିରାଟ କୋହଲିଙ୍କ ମ୍ୟାଚ୍ ଫିସ୍
ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ନିଜ ଖେଳାଳିମାନଙ୍କୁ ଚାରଟି ଗ୍ରେଡ୍ରେ ବିଭକ୍ତ କରିଛି। ଏଥିରେ A+, A, B ଓ C ସାମିଲ। A+ ଗ୍ରେଡ୍ରେ କେବଳ ଚାରି ଜଣ ଖେଳାଳି ରହିଛନ୍ତି। ଏହି ଚାରି ଖେଳାଳି ହେଲେ ରୋହିତ ଶର୍ମା, ବିରାଟ କୋହଲି, ଜସପ୍ରୀତ ବୁମରାହ ଓ ରବୀନ୍ଦ୍ର ଜାଡେଜା। ଏହି ଗ୍ରେଡ୍ର ଖେଳାଳିମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ନିଶ୍ଚିତ ଦରମା ରୂପେ ମିଳୁଛି। ଏହା ବ୍ୟତୀତ ପ୍ରତ୍ୟେକ ଫର୍ମାଟ୍ ଅନୁଯାୟୀ ମ୍ୟାଚ୍ ଫିସ୍ ମଧ୍ୟ ଦିଆଯାଏ, ଯେଉଁଥିରେ ଟେଷ୍ଟ ମ୍ୟାଚ୍ରେ ୧୫ ଲକ୍ଷ ଟଙ୍କା ପ୍ରତି ମ୍ୟାଚ୍ ମିଳୁଛି, ଏହା ବ୍ୟତୀତ ଓ୍ୱାନଡେ ମ୍ୟାଚ୍ରେ ୬ ଲକ୍ଷ ଟଙ୍କା ପ୍ରତି ମ୍ୟାଚ୍ ମିଳୁଛି ଏବଂ ଟି୨୦ ମ୍ୟାଚ୍ର ଫିସ୍ ୩ ଲକ୍ଷ ଟଙ୍କା ପ୍ରତି ମ୍ୟାଚ୍। ଯଦି ବିରାଟ କି ରୋହିତ କୌଣସି ଓ୍ୱାନଡେ ମ୍ୟାଚ୍ରେ ଖେଳନ୍ତି, ତେବେ ସେହି ମ୍ୟାଚ୍ର ଫିସ୍ ରୂପେ ସେମାନଙ୍କୁ ୬ ଲକ୍ଷ ଟଙ୍କା ମିଳୁଛି।
ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ଫିସ୍ କେତେ କମ୍ କି ଅଧିକ
ଭାରତୀୟ କ୍ରିକେଟ୍ ବୋର୍ଡରେ ବିରାଟ କୋହଲି ଓ ରୋହିତ ଶର୍ମା ଉଭୟଙ୍କ ମ୍ୟାଚ୍ ଫିସ୍ ସମାନ, କାରଣ ଉଭୟ A+ ଗ୍ରେଡ୍ରେ ସାମିଲ ଅଟନ୍ତି ଅର୍ଥାତ୍ ଗୋଟିଏ ଓ୍ୱାନଡେ ଖେଳିବାରେ ଉଭୟଙ୍କୁ ସମାନ ଫିସ୍ ମିଳୁଛି। କିନ୍ତୁ ଇଣ୍ଡିଆନ୍ ପ୍ରିମିଅର୍ ଲିଗ୍ରେ ଖେଳାଳିମାନଙ୍କର ପ୍ରକୃତ ରୋଜଗାର ହୋଇଥାଏ। ବିରାଟ କୋହଲିଙ୍କୁ IPL ୨୦୨୫ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (ଆର୍ସିବି) ସହ ୨୧ କୋଟି ଟଙ୍କାରେ ରିଟେନ୍ କରାଯାଇଛି। ଅନ୍ୟପଟେ ରୋହିତ ଶର୍ମାଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍ଆଇ) IPL ୨୦୨୫ ସିଜନ୍ ପାଇଁ ୧୬.୩୫ କୋଟି ଟଙ୍କାରେ ରିଟେନ୍ କରିଛି। ଏପର୍ଯ୍ୟନ୍ତ IPL କ୍ୟାରିଅର୍ର ମୋଟ ରୋଜଗାର କଥା କହିବା ହେଲେ ବିରାଟ କୋହଲିଙ୍କ ମୋଟ ରୋଜଗାର ପ୍ରାୟ ୨୦୯.୨ କୋଟି ଟଙ୍କା। ଅନ୍ୟପଟେ ରୋହିତ ଶର୍ମାଙ୍କ ମୋଟ ରୋଜଗାର ପ୍ରାୟ ୨୧୦.୯ କୋଟି ଟଙ୍କା। IPL ରୋଜଗାରରେ ରୋହିତ ଶର୍ମା ୧.୭ କୋଟି ଟଙ୍କାରେ ଆଗରେ ରହିଛନ୍ତି।
BREAKING NEWS
- ବିଜେପି ନେତାଙ୍କୁ ପ୍ରାଣାନ୍ତକ ଆକ୍ରମଣ; ଡାକ୍ତରଖାନାରେ ଭର୍ତ୍ତି
- Odisha Vigilance:୩୫ ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଓ ତାଙ୍କ ସହଯୋଗୀ
- ସମ୍ ହସ୍ପିଟାଲରେ ନୂତନ ହୃଦ୍ ଚିକିତ୍ସା: ଟିଏଭିଆର୍ ପଦ୍ଧତିରେ ୭୧ ବର୍ଷୀୟା ମହିଳାଙ୍କୁ ମିଳିଲା ନୂଆ ଜୀବନ
- Asian Games 2026:ଜାଭେଲିନ୍ ଥ୍ରୋ’ରେ ଭାରତର ଚମତ୍କାର ପ୍ରଦର୍ଶନ: ଯଶ୍ବୀରଙ୍କୁ ରୌପ୍ୟ ଓ ରୋହିତଙ୍କୁ ବ୍ରୋଞ୍ଜ
- ସରିଲା ଓଡ଼ିଶା ବିଧାନସଭା ମୌସୁମୀ ଅଧିବେଶନ, ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବି ଘୋଷଣା
- ତାମିଲନାଡୁରେ ‘ଥାଇମାମନ ଥଙ୍ଗା ମୋତିରମ ଥିଟ୍ଟମ’ ଶୁଭାରମ୍ଭ: ନବଜାତ ଶିଶୁଙ୍କୁ ମିଳିବ ୧ ଗ୍ରାମର ସୁନା ମୁଦି
- MMDR ବିଲ୍କୁ ନେଇ ତେଜିଲା ରାଜନୀତି; ବିଜେଡିକୁ ବିଜେପିର କଡ଼ା ଜବାବ
- Influencer Nidhi Tiwari Suicide: କ’ଣ ଥିଲା ଶେଷ କଥା ?
- Delhi Air Pollution: ନଭେମ୍ବରରୁ ଅଫିସରେ କମିବେ ଲୋକ, ବଢିବ ପାର୍କିଂ ଫି
- ଅପମିଶ୍ରିତ ପନିର କାରବାର;୧୧ ଜଣଙ୍କ ନାଁ ରେ ଏତଲା ଦେଲା KMC

Comments are closed.