Latest Odisha News

ଫେସବୁକ୍ ଲଞ୍ଚ କଲା ‘ଅବତାର’ ଫିଚର୍ସ; ଜାଣନ୍ତୁ…

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଫେସବୁକ୍ ନିଜ ୟୁଜର୍ସଙ୍କ ପାଇଁ ଆଣିଛି ଏକ ନୂଆ ‘ଅବତାର’ ଫିଚର୍ସ । ଯେଉଁଥିରେ ଆପଣ ନିଜର ଭର୍ଚୁଆଲ୍ କାର୍ଟୁନ ବା ଆନିମେଟେଡ୍ କ୍ୟାରେକ୍ଟର ବନାଇପାରିବେ ।

 

ଏହି ‘ଅବତାର’ ଫିଚର୍ସ ଜରିଆରେ ଫେସବୁକ୍ ୟୁଜର୍ସମାନେ ନିଜ ନିଜର ଆନିମେଟେଡ୍ କ୍ୟାରେକ୍ଟର ବନାଉଛନ୍ତି । ଯାହା ସୋସିଆଲ୍ ମିଡିଆରେ ଏକ ଟ୍ରେଣ୍ଡ୍ ପାଳଟିଛି ।

ଫେସବୁକର ସୂଚନାନୁଯାୟୀ ଲକଡାଉନ୍ ସମୟରେ ସୋସିଆଲ୍ ମିଡିଆକୁ ୟୁଜର୍ସମାନେ ଅଧିକ ବ୍ୟବହାର କରୁଛନ୍ତି । ଏହି ନୂଆ ଅବତାର ଫିଚର୍ସରେ ଅନେକ ଚେହେରା, ହେୟାର ଷ୍ଟାଇଲ୍ ଓ ଆଉଟଫିଟ୍ ମଧ୍ୟ ରହିଛି । ଯାହାକୁ ଖାସ୍ କରି ଭାରତୀୟ ୟୁଜର୍ସଙ୍କ ପାଇଁ କଷ୍ଟମାଇଜ୍ କରାଯାଇଛି।

ଜାଣନ୍ତୁ, କେମିତି ପାଇବେ ଅବତାର ଅପସନ…

ଆପଣ ନିଜ ଫେସବୁକର ଲାଟେଷ୍ଟ ଭର୍ସନ ଅପଡେଟ୍ କରିନିଅନ୍ତୁ । ଏହି ଅବତାର ଫିଚର୍ସକୁ କେବଳ ଫେସବୁକର ଅରିଜିନାଲ୍ ଭର୍ସନରେ ପାଇପାରିବେ । ଫେସବୁକ ଲାଇଟରେ ଉପଲବ୍ଧ ନାହିଁ ।

ଆପଣ କମେଣ୍ଟ ସେକସନକୁ ଯାଆନ୍ତୁ । ସେଠାରେ ଷ୍ଟିକର୍ସ ବାଲା ‘ସ୍ମାଇଲି’ ଆଇକନ ଉପରେ ଟ୍ୟାପ୍ କରନ୍ତୁ, ପରେ ଆପଣଙ୍କୁ ‘ମେକ୍ ଇୟୋର୍ ଅବତାର’ ଲେଖା ଦେଖିବାକୁ ମିଳିବ।

ନଚେତ୍ ହେମବର୍ଗର ଆଇକନ୍ ଉପରେ ଟ୍ୟାପ୍ କରିକି ମଧ୍ୟ ଏହି ଫିଚର୍ସ ପାଇପାରିବେ ।

Leave A Reply

Your email address will not be published.