Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ଵ ଓ ତଥ୍ଯ : ନୀଳାଦ୍ରି ମହୋଦୟ ଗ୍ରନ୍ଥ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା


ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ.।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୂଜାବିଧି ଓ ରୀତିନୀତି ପାଳନ ପାଇଁ ମୂଖ୍ୟ ଭାବରେ ନୀଳାଦ୍ରି ମହୋଦୟ ଗ୍ରନ୍ଥକୁ ଗ୍ରହଣ କରି, ତାର ଷଷ୍ଠ ଅଧ୍ୟାୟରେ ବର୍ଣ୍ଣିତ ନିୟମ ବା ପୂଜା ପଦ୍ଧତିଗୁଡ଼ିକ ଶ୍ଳୋକ ଅନୁସାରେ ବର୍ଣ୍ଣନା ଜାରି ରଖିଛେ। ଏହି ପ୍ରସଙ୍ଗରେ ଆଜି ଶ୍ଳୋକ ୧୭୦ରୁ ୧୭୮ ପର୍ଯ୍ୟନ୍ତ ଆଲୋଚନା କରିବା।

ଷଷ୍ଠ ଅଧ୍ୟାୟ ଶ୍ଳୋକ : ୧୭୧

ପୂଜକ /ଅର୍ଚ୍ଚକ ମାନସ ପୂଜା କରି କର୍ପୁର ଜଳରେ ମୂଳ ମନ୍ତ୍ର ଉଚ୍ଚାରଣ ପୂର୍ବକ ମୁଖ, ଚକ୍ଷୁ ମାର୍ଜନା କରିବେ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୭୨

ଏହି ଶ୍ଳୋକରେ କୁହାଯାଇଛି ପୂଜକ /ଅର୍ଚ୍ଚକ “ବୌଷଟ “ଉଚ୍ଚାରଣ କରି ବିଶୁଦ୍ଧ ଜଳରେ ଦ୍ୱାଦଶ ଗଣ୍ଡୁଷ ଜଳ ନେଇ ମୁଖଧୌତ କରାଇବେ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୭୩

ଏହି ଶ୍ଳୋକ କହେ ତତ୍ପରେ ପ୍ରଣବ ମନ୍ତ୍ରରେ ଦନ୍ତକାଠି ସଂସ୍କାର କରି କବଚ ମନ୍ତ୍ରରେ ଶ୍ରୀଜୀଉମାନଙ୍କ ଦନ୍ତ ଘର୍ଷଣ କରାଇବେ। ଏଥିପାଇଁ ମୁତୁରି ଦାନ୍ତକାଠି ସବୁଠାରୁ ଉତ୍କୃଷ୍ଠ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୭୪

ଏହି ଶ୍ଳୋକର ବର୍ଣ୍ଣନା ଏହିପରି । ଦାନ୍ତ ଘର୍ଷଣ ପରେ ସୁନା କିମ୍ବା ରୁପା ପାତିଆରେ ଜିହ୍ୱା ଶୋଧନ କରାଇବେ। ଏହା ମଧ୍ୟ ମନ୍ତ୍ର ଦ୍ୱାରା ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୭୫

ଏହି ଶ୍ଳୋକ କହେ ଦାନ୍ତ ଓ ଜିହ୍ୱା ଶୋଧନ ପରେ କିଛି ଗଣ୍ଡୁଷ ଜଳରେ ଶ୍ରୀଜୀଉ ମାନଙ୍କ ଆଚମନ କରାଇବେ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୭୬

ତାପରେ ପଞ୍ଚାମୃତ ଦ୍ୱାରା ବୀକ୍ଷଣାଦି କର୍ମମାନ କରି ଦଧିକ୍ରାବଣ ମନ୍ତ୍ରରେ ଚତୃଦ୍ଧା ବିଗ୍ରହମାନଙ୍କୁ ବିମ୍ବ ସ୍ନାନ କରାଇବେ। ଅର୍ଥାତ ସମୁଖରେ ଧାତୁ ଆଇନା ରଖି ସେଥିରେ ପ୍ରତିବିମ୍ବିତ ବିଗ୍ରହଙ୍କ ସ୍ନାନ କରାଯିବ।

ଷଷ୍ଠ ଅଧ୍ୟାୟ ଶ୍ଳୋକ ୧୭୭-୧୭୯

 

ଏହି ଶ୍ଳୋକ ବୟାନ କରେ ଚନ୍ଦନ କର୍ପୁର ମିଶ୍ରିତ ସୁବାସିତ ବିଶୁଦ୍ଧ ଜଳରେ କିଛି ଅଁଳା ମିଶ୍ରିତ କରି “ସମୁଦ୍ର ଜ୍ୟେଷ୍ଠl “ମନ୍ତ୍ର ରେ ଦେବ ବିଗ୍ରହମାନଙ୍କ ବିମ୍ବ ସ୍ନାନ କରିବା ବିଧି ନିର୍ଦ୍ଧେଷିତ ଅଟେ।

ଆଗାମୀ ଅଧ୍ୟାୟରେ ପୁନଃ ସେହି ନୀଳାଦ୍ରି ମହୋଦୟ ଶ୍ଳୋକ ର ଆଲୋଚନା ଜାରି ରଖିବା, କିନ୍ତୁ ବର୍ତ୍ତମାନ ସମୟ ଆରାଧନା ଓ ଭାଗବତ ପଠନର।

ସଂସାର ଦେଖ ମୋ ସ୍ୱରୂପେ

ଗଞ୍ଜ ନୋହିବୁ ଭବ କୂପେ।

ଧନ୍ୟ ଜୀବନ ଏ ଜଗତେ

ଯେ ପ୍ରାଣୀ ଧରେ ପରହିତେ।

ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )

Comments are closed.