ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଆଲୋଚନା ପୁରାଣ ଯୁଗରେ ସ୍କନ୍ଦ ପୁରାଣ, ବ୍ରହ୍ମ ପୁରାଣ ଓ ନାରଦ ପୁରାଣରେ ବିଷଦ ଭାବରେ ବର୍ଣ୍ଣିତ ହୋଇଛି ଏଥିରେ ପୁରୁଷୋତ୍ତମ କ୍ଷେତ୍ର ଦାରୁମୟ ପୁରୁଷୋତ୍ତମ ବିଗ୍ରହ ଓ ବିଗ୍ରହମାନଙ୍କ ଉପାସନା ବିଷୟରେ ସୁନ୍ଦର ବିବରଣୀ ରହିଛି। ସର୍ବୋପରି ସ୍କନ୍ଦ ପୁରାଣ, ଉତ୍କଳ ଖଣ୍ଡରେ ଦୀର୍ଘ ୫୭ ଗୋଟି ଅଧ୍ୟାୟରେ ପୁରୁଷୋତ୍ତମ କ୍ଷେତ୍ରର ସମ୍ପୂର୍ଣ୍ଣ ବିବରଣୀ, ବିଗ୍ରହ ଗଠନ, ମନ୍ଦିର ନିର୍ମାଣ, ମନ୍ଦିର ପ୍ରତିଷ୍ଠା, ଉପାସନା ତଥା ପୂଜା ବିଧି, ଯାତ୍ରା ବିଧି, ଦର୍ଶନ ନିୟମ ଆଦି ସମସ୍ତ ବିଷୟ ପ୍ରାଞ୍ଜଳ ଭାବରେ ବର୍ଣ୍ଣିତ ହୋଇଛି। ପ୍ରତ୍ୟେକ ଗବେଷକ ଜିଜ୍ଞାସୁ, ଐତିହାସିକ ମୁଖ୍ୟତଃ ଏହି ଗ୍ରନ୍ଥ ଉପରେ ଅନୁଧ୍ୟାନ କରିଥାନ୍ତି। ବ୍ରହ୍ମ ପୁରାଣ ଓ ନାରଦ ପୁରାଣରେ ମଧ୍ୟ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣ ଓ ପ୍ରତିଷ୍ଠା ବିଷୟ ଅଛି, କିନ୍ତୁ ଏହା ଏତେ ପ୍ରାଞ୍ଜଳ ନୁହେଁ। ତା’ଛଡା ସ୍କନ୍ଦ ପୁରାଣ ବର୍ଣ୍ଣିତ ଶବରରଜା ବିଶ୍ୱାବସୁଙ୍କ ଦ୍ୱାରା ପୂଜିତ ନୀଳମାଧବାଙ୍କ କଥା ଉପରୋକ୍ତ ଦୁଇ ପୂରଣରେ ନାହିଁ। ଅବଶ୍ୟ ସୂଚନା ଟିଏ ଦ୍ୱାରା ଏଠାରେ ପୂଜିତ ଇନ୍ଦ୍ରନୀଲମଣି ମୂର୍ତ୍ତି ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ଆଗମନ ପୂର୍ବରୁ ଅନ୍ତର୍ଧ୍ୟାନ ହୋଇ ଥିବାର ଜଣାଇଦିଆଯାଛି। ଏହା ବ୍ୟତୀତ କୂର୍ମ ପୁରାଣ, ଗରୁଡ ପୁରାଣ, ବାମନ ପୁରାଣ, ମତ୍ସ୍ୟ ପୁରାଣ, ବିଷ୍ଣୁ ପୁରାଣ, ବାୟୁ ପୁରାଣ ପ୍ରଭୃତି ରେ ଅଳ୍ପକେ ଶ୍ରୀଜଗନ୍ନାଥ ଙ୍କ ଚତୁର୍ଦ୍ଧାମୂର୍ତ୍ତି ଉପାସନାର କିଛିକିଛି ସଙ୍କେତ ଦେଇଛନ୍ତି। ଏଠାରେ ଗୋଟିଏ କଥା ସ୍ପଷ୍ଟ ଯେ ପୁରାଣ ଗୁଡିକର ରଚନା କାଳ ସମାନ ନାହିଁ, ତେଣୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି। ତଥାପି ଗୋଟିଏ କଥା ସ୍ପଷ୍ଟ ଯେ ଜଣେ କେହି ରାଜା ଇନ୍ଦ୍ରଦ୍ୟୁମ୍ନ ନିଶ୍ଚିତ ଭାବେ ଶ୍ରୀଜଗନ୍ନାଥଙ୍କ ଚତୁର୍ଦ୍ଧା ମୂର୍ତ୍ତି ନିର୍ମାଣ କରାଇଛନ୍ତି ଓ ପରବର୍ତ୍ତୀ ସମୟରେ ବର୍ତ୍ତମାନ ଦୃଶ୍ୟମାନ ମନ୍ଦିର ନିର୍ମିତ୍ତ ହୋଇଛି। ଏହି ବିଷୟରେ ଆଗାମୀ ଅଧ୍ୟାୟମାନଙ୍କରେ ଆଲୋଚନା କରିବା ଏବେ ସମୟ ଆରାଧନା ଓ ଭାଗବତ ପଠନର ।
ବାକ୍ୟ ପବିତ୍ର କହି ସତ୍ୟ
ମନ ପବିତ୍ରେ ଥିବ ନିତ୍ୟ।
କେବେହେଁ ପ୍ରାଣୀଙ୍କର ଚିତ୍ତେ
ଉଦବେଗ ନ ଦେବ ଯୁକତେ।
ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )
Comments are closed.