ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ବିଷୟରେ ସ୍କନ୍ଦ ପୁରାଣ ଏହି କଥା କହିଥାଏ। ଏକାମ୍ର କାନନଠାରୁ ତିନି ଯୋଜନ ଦକ୍ଷିଣରେ ଅବସ୍ଥିତ ଶ୍ରୀକ୍ଷେତ୍ର, ପ୍ରାଚୀନ କାଳରେ ବିଶ୍ୱାବସୁ ଶବରଙ୍କ ଦ୍ୱାରା ପ୍ରତିଷ୍ଠିତ ଏକ ଶବର ଦୀପକ ଥିଲା। ସେହି କ୍ଷେତ୍ର ମଧ୍ୟରେ ଅବସ୍ଥିତ ନୀଳଗିରି ପର୍ବତ ଉପରେ ଶ୍ରୀ ନୀଳମାଧବ ଶବର ରାଜା ଦ୍ୱାରା ପୂଜିତ ହେଉଥିଲେ। ଶ୍ରୀ ନୀଳମାଧବ ସାକ୍ଷାତ ବିଷ୍ଣୁ ସ୍ୱରୂପ ଥିଲେ ଯାହାଙ୍କ ଖ୍ୟାତି ପରଂବ୍ରହ୍ମ ହିସାବରେ ଜଗତରେ ପ୍ରଚାରିତ ହୋଇଥିଲା। ଏହା ସତ୍ୟଯୁଗ କଥା ବୋଲି ବିବେଚନା କାରାଯାଏ। କାରଣ ରାଜା ଇନ୍ଦ୍ରଦ୍ୟୁମ୍ନ ସତ୍ୟଯୁଗରେ ଅବନ୍ତୀରେ ରାଜତ୍ୱ କରୁଥିଲେ। ସେ ଜଣେ ସନ୍ୟାସୀଙ୍କଠାରୁ ଶ୍ରୀକ୍ଷେତ୍ରରେ ପରଂବ୍ରହ୍ମ ବିଷ୍ଣୁ ଅବସ୍ଥାନ କରୁଥିବାର ଖବର ପାଇ, ପ୍ରଭୁଙ୍କର ଦର୍ଶନ ଲାଭ ପାଇଁ ବ୍ୟାକୁଳ ହେଲେ। କିନ୍ତୁ ସଠିକ ବିବରଣୀ ଜାଣିନଥିବାରୁ ପ୍ରଥମେ ବିଦ୍ୟାପତି ନାମକ ଜଣେ ବ୍ରlହ୍ମଣଙ୍କୁ ପ୍ରଭୁଙ୍କ ସନ୍ଧାନ ନେବାକୁ ପଠାଇଲେ ।
ପୁରାଣ ଏହିଠାରେ ବିଭିନ୍ନ କିମ୍ବଦନ୍ତୀ ଦ୍ୱାରା ଆକ୍ରାନ୍ତ ହେବାର ଦୃଷ୍ଟି ଗୋଚର ହୁଏ। କିଏ କହେ ବିଦ୍ୟାପତି ଶବର ରାଜା ବିଶ୍ୱାବସୁଙ୍କ କନ୍ୟା ଲଳିତାଙ୍କୁ ବିବାହ କରି, ତାଙ୍କରି ସାହାଯ୍ୟରେ ନୀଳମାଧବଙ୍କୁ ଦର୍ଶନ କରିଥିଲେ। କିନ୍ତୁ ସ୍କନ୍ଦ ପୁରାଣ କେବଳ କହେ ଯେ ବିଶ୍ୱାବସୁ ଙ୍କ ସାହାଯ୍ୟ ରେ ବିଦ୍ୟାପତି ଶ୍ରୀ ନୀଳମାଧବଙ୍କ ଦର୍ଶନ ଲାଭ କରିବା ପରେ ଅବନ୍ତୀ ଫେରି ରାଜା ଇନ୍ଦ୍ରଦ୍ୟୁମ୍ନ ଙ୍କୁ ସମ୍ବାଦ ଦେଲେ. ସଙ୍ଗେ
ସଙ୍ଗେ ରାଜା ଇନ୍ଦ୍ରଦ୍ୟୁମ୍ନ ନିଜର ରାଣୀ ଗୁଣ୍ଡିଚା ମହାଦେଈ ଓ ପାରିଷଦ ବର୍ଗ ତଥା ସୈନ୍ୟ ସାମନ୍ତ, ଏପରିକି କିଛି ପୁର ପରିଜନଙ୍କୁ ସାଙ୍ଗରେ ନେଇ ଶ୍ରୀକ୍ଷେତ୍ର ରେ ପହଂଚି ଲେ. ଵିଧିର ବିଧାନ କିନ୍ତୁ ଅନ୍ୟ ପ୍ରକାର ଥିଲା, ଯେଉଁ ପରଂବ୍ରହ୍ମ ଶ୍ରୀବିଷ୍ଣୁ ସ୍ୱରୂପ ଶ୍ରୀନୀଳମାଧବ ଙ୍କୁ ଦର୍ଶନ କରିବାର ଅଭିଳାଷ ଥିଲା ତାହା ପୁରଣ ହେଲାନି କାରଣ ଶ୍ରୀନୀଳମାଧବ ଅନ୍ତର୍ଧ୍ୟାନ ହୋଇଯାଇଥିଲେ. ଏହି ସମୟରେ ବ୍ରହ୍ମl ଙ୍କ ମାନସ ପୁତ୍ର ନାରଦ ଆସି ଉପସ୍ଥିତ ହେଲେ. ଅତ୍ୟନ୍ତ ବ୍ୟାକୁଳ ଇନ୍ଦ୍ରଦ୍ୟୁମ୍ନ ଙ୍କୁ ବୋଧ କରାଇ ନାରଦ ଅଶ୍ୱମେଧ ଯଜ୍ଞ କରିବାର ଉପଦେଶ ଦେଲେ. ଏହିଠାରୁ ଆରମ୍ଭ ହେଲା ଶ୍ରୀଜଗନ୍ନାଥ ଙ୍କ ଉତ୍ପତି ଲୀଳା, ଯାହା ଜାଣିବା ଆଗାମୀ ଅଧ୍ୟାୟ ରେ ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ ସବୁଦିନ ପରି
ବଞ୍ଚିବ ସର୍ବ ଲୋକ ହିତେ
ଉଦବେଗ ନୋହି କଦାଚିତେ
କନ୍ଦଳେ ପର ଅପମାନେ
ବିବାଦ ନ ଚିନ୍ତିବ ମନେ
ଜୟ ଜଗନ୍ନାଥ (ଦ.ତ୍ରୀ ଉଵାଚ )
Comments are closed.