Latest Odisha News

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ଯ : ଜଗନ୍ନାଥଙ୍କ କ୍ଷେତ୍ରର ଇତିହାସ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା

ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ ।

ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପ୍ରକଟ ଲୀଳା କିଛି ଆଲୋଚନା କଲେ। କିନ୍ତୁ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥଙ୍କ କ୍ଷେତ୍ରର ଇତିହାସ ନାମରେ ଏକ ପ୍ରାଚୀନ ଗଦ୍ୟ ଆକାର ଇତିହାସଙ୍କୁ ଆମେ ମାଦଳା ପାଞ୍ଜି ନାମକରଣ କରି ସେଥିରେ ଓଡ଼ିଶାରେ ରାଜ୍ୱତ୍ୱ କରିଥିବା ବିଭିନ୍ନ ରାଜାମାନଙ୍କ ଵିଷୟରେ କିଛି କିଛି ତଥ୍ୟ ଲିପିବଦ୍ଧ କରିଛେ। ଯାହାକୁ ସମ୍ପୂର୍ଣ୍ଣ ଇତିହାସ ଭାବରେ ଗବେଷକମାନେ ଗ୍ରହଣ କରନ୍ତି ନାହିଁ। ଏହାର ପ୍ରମୁଖ କାରଣଟି ହେଲା ଏହି ମାଦଳା ପାଞ୍ଜି ଖ୍ରୀଷ୍ଟିୟ ଷୋଡ଼ଶ ଶତାବ୍ଦୀରେ ରାଜା ରାମଚନ୍ଦ୍ର ଦେବଙ୍କ ଇଙ୍ଗିତରେ ଏକ ବିଶେଷ ପରିସ୍ଥିତିରେ ରଚନା ଆରମ୍ଭ ହୋଇଥିଲା। ତେଣୁ ସେହି ସମୟର ପୂର୍ବବର୍ତ୍ତୀ ଇତିହାସ ଯାହାକୁ ମାଦଳା ପାଞ୍ଜିରେ ଦେଖିବାକୁ ମିଳେ। ତାହାର ପ୍ରାମାଣିକ ସତ୍ୟତା ସନ୍ଦେହ ଜନକ ବିଶେଷ କରି ମାଦଳା ପାଞ୍ଜିରେ ବର୍ଣ୍ଣିତ କିଛି ତଥ୍ୟକୁ ସମର୍ଥନ କରି ସେ ସମୟରେ ରଚିତ ସାହିତ୍ୟ ବା ଶିଳାଲେଖ, ତାମ୍ରଶାସନର ଲେଖ ଇତ୍ୟାଦି ଦୃଷ୍ଟି ଗୋଚର ହୁଏ ନାହିଁ ।

ଉପଲବ୍ଧ ମାଦଳା ପାଞ୍ଜିରୁ ଜଣାଯାଏ ଯେ କେଶରୀ ବଂଶର ରାଜା ଯଯାତି କେଶରୀ ଶ୍ରୀ ପୁରୁଷୋତ୍ତମଙ୍କ ନିମିତ୍ତ ୩୮ହାତ ଉଚ୍ଚା ର ଗୋଟିଏ ପୋଟଳ ବା ପ୍ରସାଦ ନିର୍ମାଣ କରାଇଥିଲେ। ଏହା ସହିତ ସେ ମା ବିମଳା ଦେବୀ ଓ ଲଷ୍ମୀ ଦେବୀଙ୍କ ଦେଉଳ ମଧ୍ୟ ନିର୍ମାଣ କରାଇଛନ୍ତି। ପୁନଶ୍ଚ ଗଙ୍ଗ ବଂଶର ରାଜା ଅନଙ୍ଗଭୀମ ଦେବଙ୍କ ରାଜତ୍ୱ ବେଳେ ପ୍ରଥମ ପ୍ରସାଦ ଭଗ୍ନ ହୋଇଯିବାରୁ ପୁନରବାର ଏକ ଭବ୍ୟ ମନ୍ଦିର ପ୍ରାୟ ୯୦ ଉଞ୍ଚାର ନିର୍ମାଣ କରାଇଲେ। ଏହି ଶ୍ରୀବତ୍ସ ଖଣ୍ଡଶାଳ ନାମକ ମନ୍ଦିର ବେଢାରେ ପ୍ରାୟ ୬୦ ଗୋଟି ପାର୍ଶ୍ଵ ଦେବା ଦେବୀ ମନ୍ଦିର ମଧ୍ୟ ନିର୍ମାଣ କରାଇଥିଲେ। ବର୍ତ୍ତମାନ ଦୃଶ୍ୟମାନ ଏହି ଭବ୍ୟ ମନ୍ଦିର ପ୍ରାୟତଃ ଏହି କାଳର ବୋଲି ବିଶ୍ୱାସ କାରାଯାଏ। ହସ୍ତଲିପିରେ ଲିଖିତ କିଛି ଗ୍ରନ୍ଥକୁ ମଧ୍ୟ ମାଦଳା ପାଞ୍ଜି ଆଖ୍ୟା ଦିଆଯାଏ। କିନ୍ତୁ ଏଥିରେ ଥିବା ତଥ୍ୟ ଗୁଡିକର ସତ୍ୟତା ସନ୍ଦେହ ଜନକ ଲାଗିଥାଏ ବର୍ତ୍ତମାନ ଶ୍ରୀମନ୍ଦିର ମଧ୍ୟରେ ଥିବା ପାତଳେଶ୍ୱର ମନ୍ଦିରରେ ଥିବା ଶିଳା ଲେଖଟି ଗଙ୍ଗ ବଂଶ ରାଜା ଅନଙ୍ଗଭୀମ ଦେବଙ୍କ ସମୟର ବୋଲି ଗବେଷଣା କହିଥାଏ। ସେହିଭଳି ଶ୍ରୀମନ୍ଦିର ମଧ୍ଯସ୍ତ ଜୟ ବିଜୟ ଦ୍ୱାରଠାରେ ସୂର୍ଯ୍ୟବଂଶୀ ଗଜପତି ରାଜାମାନଙ୍କ କେତେକ ଶିଳାଲେଖ ମିଳେ। କିନ୍ତୁ ଏସବୁକୁ ଅନୁଧ୍ୟାନ କରି ଚତୁର୍ଦ୍ଧା ବିଗ୍ରହଙ୍କ ଧାରାବାହିକ ଇତିହାସ ଲେଖିବା ସମ୍ଭବପର ହୋଇପାରିନି ପ୍ରଥମେ ଶ୍ରୀଜଗନ୍ନାଥଙ୍କ ସ୍ୱରୂପ ପୂଜା ପଦ୍ଧତି କଣ ଥିଲା, କେବେ ଓ କେଉଁ ପରିସ୍ଥିତିରେ ଏହାର କିଛି ପରିବର୍ତ୍ତନ ହୋଇଛି କି ନାହିଁ, ତାହାର ଆକଳନ କରିବା ପାଇଁ ଆହୁରି ପର୍ଯ୍ୟାପ୍ତ ଅନୁସନ୍ଧାନ ଦରକାର। ଆଗାମୀ ଅଧ୍ୟାୟମାନଙ୍କରେ ସେ ବିଷୟରେ କିଛି କିଛି କାର୍ଯ୍ୟ ଜାରି ରଖିବା ବର୍ତ୍ତମାନ କରିବା ଆରାଧନା ଓ ଭାଗବତ ପଠନ।

ତାବତ ଜ୍ଞାନ ବୈରାଗ୍ୟ
ମୋର ଭକତି ଯୋଗ ମାର୍ଗେ
ମରଣ ମୁଖୁଁ ବେଗେ ତର
ମନ୍ୟୁଷ ଦେହେ ନୋହେ ଚିର।

ଜୟ ଜଗନ୍ନାଥ (ଦ. ତ୍ରୀ. ଉବାଚ )

Comments are closed.