ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା
ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।
ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ଶଙ୍ଖ ନାଭି ମଣ୍ଡଳରେ ଆମେ ଉପସ୍ଥିତ ହେବାପରେ ଶ୍ରୀଜଗନ୍ନାଥଙ୍କ ପ୍ରତି ଯେଉଁ ଅନୁରାଗ ଜାତ ହୁଏ। ତାହା ହିଁ ଭକ୍ତି ବୋଲି ମହାତ୍ମା ଶାଣ୍ଡିଲ୍ୟ ମତ ପ୍ରକାଶ କରି କହିଲେ “ସା ପରାନୁରକ୍ତିରୀଶ୍ୱରେ “ଅର୍ଥାତ ଆରାଧ୍ୟ ଈଶ୍ୱରଙ୍କ ଠାରେ ବା ଈଶ୍ୱରଙ୍କ ପାଇଁ ଜନ୍ମ ନେଉଥିବା ଅନୁରକ୍ତି (ଅନୁରାଗ )ହିଁ ଭକ୍ତି। ଏହାକୁ ଆଉ ଟିକିଏ ପ୍ରାଞ୍ଜଳ କରି ବୈଷ୍ଣବ କବି ରୂପ ଗୋସ୍ୱାମୀ କହିଲେ –
“ଅନ୍ୟଭିଳାଷିତlଶୂନ୍ୟଂ ଜ୍ଞାନକର୍ମାଦ୍ୟନାବୃତମ, ଆନୁକୁଲ୍ୟେନ କୃଷ୍ଣlନୁଶୀଳନଂ ଭକ୍ତିରୁତ୍ତମା “(ଭକ୍ତି ରସାମୃତ ସିନ୍ଧୁ )।
ଅର୍ଥାତ ଅନ୍ୟ ସମସ୍ତ ଅଭିଳାଷକୁ ତ୍ୟାଗ କରି ଜ୍ଞାନ କର୍ମକୁ କୃଷ୍ଣଙ୍କ ଆଭିମୁଖ୍ୟ କରାଇ ତାଙ୍କ (ଭଗବାନ )ପ୍ରତି ଅନୁରାଗ ପ୍ରକଟ କରିବା ହିଁ ଉତ୍ତମ ଭକ୍ତି। ଏହି ପରି ଭକ୍ତିର ଉପାଦେୟତା ଓଡ଼ିଆ ଭଗବତରେ ଅତି ସୁନ୍ଦର ଭାବରେ ବର୍ଣ୍ଣିତ ହୋଇଛି। କବି ଜଗନ୍ନାଥ ଦାସ ଙ୍କ ଭାଷାରେ “ମୋର ଭକତି ଭାବ ବଳେ, ବିଷୟ ନ ଲାଗେ ନିଶ୍ଚଳେ ଆନନ୍ଦେ ବିହରଇ ସୁଖେ, ମୋ ନାମ ନିତ୍ୟେ ଭଜେ ମୁଖେ। ଜଳନ୍ତା ଅନଳେ ଯେସନ, ସମିଧ ହୁଅଇ ଦହନ ତାର ଶରୀର ପାପ ଯେତେ, ଦହନ ହୁଅନ୍ତି ସେହି ମତେ, ଭକତ ଜନେ ବଶ ମୁହିଁ, ତାର ରକ୍ଷଣେ ମୋର ଦେହୀ। ଭଗବତରେ ପୁନଃଶ୍ଚ ଲେଖିଲେ :
ବିଷ୍ଣୁ ଭକତ ଯେତେ ଜନେ ଭୟ ତାହାଙ୍କ ନାହିଁ ମନେ,
ସ୍ୱର୍ଗ ବା ମୋକ୍ଷ ବା ନରକ, ଏମାନେ ଦେଖନ୍ତି ସେ ଏକ ।
କାରଣ ଈଶ୍ୱର ଅନୁରାଗୀମାନେ ସର୍ବ ମୁକ୍ତି ପଥକୁ ପାଇବାର ସିଦ୍ଧି ପାଇଥାନ୍ତି,” ନାରଦ ପଞ୍ଚରାତ୍ର “ରେ ଏହି କଥାର ଭାବ ବ୍ୟକ୍ତ କରାଗଲା ଯଥା “ହରିଭକ୍ତି ମହାଦେବ୍ୟୋ, ସର୍ବମୁକ୍ତ୍ୟାଦି ସିଦ୍ଧୟଃ ଭୁକ୍ତୟଶ୍ଚlଦ ଭୁତାସ୍ତସ୍ୟାଶ୍ଚେଟୀକା ବଦନୁବ୍ରତା. ଭଗବାନ (ଶ୍ରୀଜଗନ୍ନାଥ )ଙ୍କ ପ୍ରତି ଉଦ୍ଦିଷ୍ଟ । ଭକ୍ତି ହିଁ ମନ୍ୟୁଷ କୁ ସିଦ୍ଧି, ମୁକ୍ତି ଓ ନିତ୍ୟ ଆନନ୍ଦ ପ୍ରଦାନ କରିଥାଏ ତାହା ପାଇଁ ସଂସାରେ ଶୁଭ, ଅଶୁଭ, ଦୋଷ, ଗୁଣ କିଛି ର ପ୍ରଭାବ ନଥାଏ ବା ଏସବୁରେ ସେ ଜଡିତ ହୁଏନାହିଁ, ପୁଣି ଜଗନ୍ନାଥ ଦାସ କହନ୍ତି
“ମୋର ଭକତ ଯେଉଁ ନର,
ଶୁଭ, ଅଶୁଭ ନାହିଁ ତାର,
ସଂସାରେ ନାହିଁ ଗୁଣ ଦୋଷ,
ସେ ପ୍ରାଣୀ ମୋହର ବିଶ୍ୱାସ। “
ଏବେ ଆପଣ କୁହନ୍ତୁ ପ୍ରଭୁଙ୍କର ବିଶ୍ୱାସ ଲାଭ କରିବା ପାଇଁ ତାଙ୍କ ପ୍ରତି ଅନୁରକ୍ତି (ନିଷ୍କାମ ଭକ୍ତି )ପ୍ରଦର୍ଶନ କରିବେ ନିଶ୍ଚୟ, ତେବେ ଆସନ୍ତୁ କରିବା ଆରାଧନା :
“ଜୟ କୃଷ୍ଣ ଜଗନ୍ନାଥ ଜୟ ସର୍ବlଘନlଶନ, ଜୟ ଲୀଳାଦାରୁତନୋ ଜୟ ବାଞ୍ଛାଫଳପ୍ରଦ ଜୟ ସଂସାର ସମଗ୍ନଲିଳୋଦ୍ଧାରଜୟାବ୍ୟୟ ।” ଜୟାନୁକମ୍ପା ପାଥୋଧେ ଜୟ ଦୀନ ପରାୟଣ ଜୟଚ୍ୟୁତ ଜୟାନନ୍ତ ଜୟେଶାନ ନମୋସ୍ତୁତେ ।”( ସ୍କନ୍ଦ ପୁରାଣ )
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )
Comments are closed.