ମୁମ୍ବାଇ: ମହାରାଷ୍ଟର ରାଜନୀତି ପୁନର୍ବାର ଚର୍ଚ୍ଚାର ପରିସରକୁ ଆସିଛି । ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ବିଜେପିର ପ୍ରମୁଖ ନେତା ଦେବେନ୍ଦ୍ର ଫଡଣଭିସ ଏବେ କିଛି ଦିନ ହେବ ଭିନ୍ନ ଭିନ୍ନ ଦଳର ବଡ ବଡ ନେତାଙ୍କୁ ଭେଟିବାରେ ଲାଗିଛି । ଯାହା ଫଳରେ ବିଭିନ୍ନ ପ୍ରକାରର ଆକଳନ ଦେଖିବାକୁ ମିଳୁଛି । ଫଡଣଭିସ ଏନସିପିର ପ୍ରମୁଖ ନେତା ଶରଦ ପାୱାରଙ୍କୁ ଭେଟିବା ପରେ ଏବେ ଏକନାଥଙ୍କ ଘରକୁ ଯାଇଛନ୍ତି । ପୂର୍ବରୁ ଏକନାଥ ଏବଂ ଦେବେନ୍ଦ୍ରଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏକନାଥ ଏବଂ ଝିଅ ରୋହିଣୀ ବିଜେପି ଛାଡି ଏନସିପିରେ ଯୋଗ ଦେଇଥିଲେ । ବୋହୂ ରକ୍ଷା ଖଡସେ କିନ୍ତୁ ବିଜେପିରେ ରହିଥିଲେ ।
ଏହାର କିଛି ଦିନ ପରେ ଜଳଗାଁଓର ଅଧିକାଂଶ ପାର୍ଷଦ ହଠାତ୍ ଶିବସେନାରେ ସାମିଲ ହୋଇ ଯାଇଥିଲେ । ଫଳରେ ବିଜେପି ଏଠାରେ ନଗରନିଗମର ସତା ହରାଇଥିଲା । ଏବେ ଫଡନିଭସ ସମସ୍ତଙ୍କୁ ଭେଟିବା ପଛରେ କାରଣ କଣ ତାହା ପ୍ରଶ୍ନବାଚୀ ଏବଂ ଉତ୍କଣ୍ଠା ସୃଷ୍ଟି କରିଛି ।
Comments are closed.