Latest Odisha News

BREAKING NEWS

ତିନି ଦଳର ମିଳିତ ସରକାର ଖୁବ୍ ଶୀଘ୍ର ଭାଙ୍ଗିବ: ଭୈୟାଜୀ ଯୋଶୀ

ମୁମ୍ବାଇ: ମହାରାଷ୍ଟ୍ରରେ ବେଶି ଦିନ ତିନି ଦଳର ମିଳିତ ସରକାର ରହିବ ନାହିଁ ବୋଲି ଆରଏସଏସର ଭୈୟାଜୀ ଯୋଶୀ ଭବିଷ୍ୟବାଣୀ କରିଛନ୍ତି । ଦେବେନ୍ଦ୍ର ଫଡନିଭସ ବେଶି ଦିନ ବିରୋଧୀ ଦଳର ନେତା ରହିବେ ନାହିଁ ବୋଲି ସେ କହିଛନ୍ତି । ତାଙ୍କର ଏହି ବୟାନ ପରେ ରାଜନୀତି ସରଗରମ ବୃଦ୍ଧି ପାଇଛି । ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶିବସେନା ପ୍ରମୁଖ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଭେଟିଥିଲେ । ଏହା ପରେ ସେ ଅମିତ ଶାହ ଓ ଲାଲକୃଷ୍ଣ ଆଡଭାନୀଙ୍କ ସହିତ ଆଲୋଚନା ମଧ୍ୟ କରିଥିଲେ ।

ସୂଚନାଯୋଗ୍ୟ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି-ଶିବସେନା ମିଳିତ ଭାବେ ଲଢ଼ି ବହୁମତ ପାଇଥିଲେ । ଶିବସେନା ମୁଖ୍ୟମନ୍ତ୍ରୀ ପଦ ନେଇ ଲାଳାୟିତ ଥିଲା । ପରେ ସେ କଂଗ୍ରେସ ଓ ଏନସିପି ସହ ମିଶି ସରକାର ଗଠନ କରିବା ସହ ମୁଖ୍ୟମନ୍ତ୍ରୀ ହୋଇଥିଲେ ।

Comments are closed.