Latest Odisha News

BREAKING NEWS

ନକଲି ଔଷଧ ବିକ୍ରି ମାମଲା, ପୁରୀଘାଟ ଥାନାରେ ମାମଲା

କଟକ: ଦାମୀ ବ୍ରାଣ୍ଡ ଖୋଳରେ ନକଲି ଔଷଧ ବିକ୍ରି ହେବା ଘଟଣା । ଥାନାରେ ଏତଲା । ଡ୍ରଗ୍ସ ଇନସପେକ୍ଟର କଟକ ପୁରୀଘାଟ ଥାନାରେ କଟକର ଦୁଇ ଔଷଧ ହୋଲସେଲର ବ୍ୟବସାୟୀଙ୍କ ନାଁରେ ଏତଲା ଦେଇଛି। ରକ୍ତଚାପ ଔଷଧ ଭାବେ ବିକ୍ରି ହେଉଥିବା ଟେଲମା 40 ଏବଂ ଟେଲମା ଏଏମ୍ ଗ୍ଲେନମାର୍କ କମ୍ପାନୀ ଦ୍ବାରା ପ୍ରସ୍ତୁତ ହୋଇନି। ଏହା ସ୍ପଷ୍ଟ କରିଛି ଗ୍ଲେନମାର୍କ କମ୍ପାନୀ।। ଏହାପରେ ଡ୍ରଗ୍ସ ଇନସପେକ୍ଟର ଥାନାରେ ଏତଲା ଦେଇଛନ୍ତି।

ତିନି ଦିନ ହେବ ନକଲି ରକ୍ତଚାପ ଔଷଧ ଟେଲମାକୁ ନେଇ ଡ୍ରଗ୍ସ ଟିମ୍ ଚଢାଉ କରିଥିଲା। ବଜାରରେ ଉପଲବ୍ଧ ଥିବା ଏହି ଔଷଧକୁ ଫେରାଇ ଆଣିବାରେ କିଛିଟା ସଫଳ ହୋଇଛି । ଶୁକ୍ରବାର ସଂଧ୍ୟା ସୁଦ୍ଧା ୩୦ ଲକ୍ଷର ଟେଲମା ଔଷଧ ଫେରସ୍ତ ହୋଇ ଆସିଥିବା ଜଣାପଡିଛି। ତେବେ ଏହି ନକଲି ଔଷଧ ପଛର ମୂଳ କାର୍ପଟଦାର କିଏ ତାହା ସ୍ପଷ୍ଟ ହୋଇନି । କିନ୍ତୁ ଏପରି କରିବାର ଉଦ୍ଦେଶ୍ୟ କଣ ଥିଲା ତାହା ଜଣାପଡିନି।

ଜୁନ୍‌ ମାସରୁ ଏହି ଔଷଧ ରାଜ୍ୟର ବିଭିନ୍ନ ଜିଲ୍ଲା ଏବଂ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ ହୋଇଥିବା ସୂଚନା ରହିଛି । କଟକର ମାଣିକଘୋଷ ବଜାରରେ ଥିବା ଦୁଇଟି ଔଷଧ ଦୋକାନରୁ ପାଖାପାଖି ୫୦ ଲକ୍ଷ ଟଙ୍କାର ‌ଔଷଧ ବଜାରକୁ ଛଡ଼ାଯାଇଥିଲା।

ତେବେ ବରଗଡ଼, ଝାରସୁଗୁଡା, କଟକ, ଭୁବନେଶ୍ବର, ବାଲେଶ୍ବରର ପ୍ରାୟ ହଜାରେ ଦୋକାନରୁ ୩୦ ଲକ୍ଷ ଟଙ୍କାର ଔଷଧ ଫେରସ୍ତ ଆସିଥିବା ଡ୍ରଗ୍ସ କଣ୍ଟ୍ରୋଲ ବିଭାଗ ପକ୍ଷ ସୂଚନା ଦେଇଛି।

ସେହିପରି ଗୁଜରାଟ, ଦିଲ୍ଲୀ ଓ କୋଲକାତାକୁ ମଧ୍ୟ ୨୦ ଲକ୍ଷରୁ ଅଧିକ ଟଙ୍କାର ଏହି ନକଲି ଔଷଧ ଯାଇଥିବା ସୂଚନା ରହିଛି।

Comments are closed.