Latest Odisha News

ବଲାଙ୍ଗୀରରେ ଶିକ୍ଷକ ଚାକିରିରେ ବି ଜାଲ୍ ସାର୍ଟିଫିକେଟ!

ବଲାଙ୍ଗୀର: ଜିଲ୍ଲାରେ ଜାଲ୍ ସାର୍ଟିଫିକେଟକୁ ନେଇ ଧରପଗଡ ଜୋରଦାର ଚାଲିଛି। ଡାକଘର ପରେ ସମବାୟ ବ୍ୟାଙ୍କ ଆଉ ଏବେ ଶିକ୍ଷକ ଚାକିରିରେ ବି କିଛି ବ୍ୟକ୍ତି ଜାଲ୍ ସାର୍ଟିଫିକେଟ ଦେଇ ଚାକିରି କରୁଥିବା ସୂଚନା ରହିଛି। ଯାହା ସମସ୍ତଙ୍କୁ ହତବାକ କରିଦେଇଛି।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାରେ ଅନେକ ସ୍କୁଲରେ ନକଲି ସାର୍ଟିଫିକେଟ୍‌ ଦେଇ ଶିକ୍ଷକ ଚାକିରି ପଦ ହାତେଇଥିବା ସୂଚନା ରହିଛି। ବଲାଙ୍ଗିର ଜିଲ୍ଲା ଶିକ୍ଷା ବିଭାଗରେ ଏନେଇ ଧରପଗଡ଼ ଆରମ୍ଭ ହୋଇଛି। ଗତ ୩ ବର୍ଷରେ ଚାକିରି କରିଥିବା ଶିକ୍ଷକଙ୍କୁ ନେଇ ଏବେ ଏକ ତାଲିକା ପ୍ରସ୍ତୁତ ହେଉଥିବା ସୂଚନା ରହିଛି। ୩୫୦ରୁ ୪୦୦ ଜଣ ଶିକ୍ଷକଙ୍କ ସାର୍ଟିଫିକେଟ ବାହାର ରାଜ୍ୟର ଆଣି ଦେଇଥିବା ସୂଚନା ରହିଛି। ତେଣୁ ସେହି ସାର୍ଟିଫିକେଟ ଗୁଡିକ ଏବେ ଅସଲି କି ନକଲି ତାହା ତଦନ୍ତସାପେକ୍ଷ।

ନିକଟରେ ଜିଲ୍ଲାର ଡାକଘରେ ଚାକିରି କରିଥିବା ଅନେକ ଚାକିରିଆ ଦେଇଥିବା ସାର୍ଟିଫିକେଟ ବାହାର ରାଜ୍ୟର ଥିଲା। ଏବେ ସେମାନେ ଚାକିରି କରୁଥିବା ବେଳେ ସେହି ସାର୍ଟିଫିକେଟ ଅସଲି କି ନକଲି ଜାଣିବାକୁ ପ୍ରୟାସ କରାଯାଇଥିଲା। ଆଉ ତଦନ୍ତରୁ ଜଣାପଡିଛି ଫେକ୍ ବା ଜାଲ୍ ସାର୍ଟିଫିକେଟ ଦେଇ ସଂପୃକ୍ତ ବ୍ୟକ୍ତି ପୋଷ୍ଟ ଅଫିସରେ ଚାକିରି ହାତେଇଥିଲେ। ଏବେ ସରକାରୀ ଶିକ୍ଷକ ଚାକିରିରେ ସମାନ ପ୍ରକାର ବାହାର ରାଜ୍ୟର ସାର୍ଟିଫିକେଟ ନିଯୁକ୍ତି ବେଳେ ଅନେକ ଶିକ୍ଷକ ଦେଇଥିବାରୁ ସନ୍ଦେହ ବଢ଼ିଛି।

ସେହିପରି ଜିଲ୍ଲାରେ ଗୁଡବେଲା ସମବାୟ ବିଭାଗରେ ନକଲି ଏମବିଏ ସାର୍ଟିଫିକେଟ ଦେଇ ଜଣେ ବ୍ୟକ୍ତି ସମ୍ପାଦକ ପଦ ହାତେଇଥିବା ସୂଚନା ରହିଛି। ସଂପୃକ୍ତ ବ୍ୟକ୍ତି ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ବବିଦ୍ୟାଳୟର ସାର୍ଟିଫିକେଟ ଦେଇଥିବା ସୂଚନା ରହିଛି।

ଅନ୍ୟପଟେ ଏହି ମାମଲାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। କ୍ରାଇମବ୍ରାଞ୍ଚ ପକ୍ଷରୁ ବିଭିନ୍ନ ଟିମ୍ ଗଠନ ହୋଇଛି। ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଏହି ମାମଲାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ। ଜି ଗୋଟିଏ ଟିମ ବଲାଙ୍ଗୀରରେ ଘଟଣା ସ୍ଥଳକୁ ଯାଇ ତଦନ୍ତ କରିଛନ୍ତି। ଏହି କେସେରେ ଜଡିତ ଥିବା ଲୋକଙ୍କ ବୟାନ ରେକର୍ଡ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମନୋଜ ମିଶ୍ର ଏବଂ ଆଲୋକକୁ ତଦନ୍ତକାରୀ ଟିମ୍ ରିମାଣ୍ଡରେ ନେବାକୁ ଯୋଜନା କରୁଥିବା ସୂଚନା ରହିଛି।

Leave A Reply

Your email address will not be published.