Latest Odisha News

BREAKING NEWS

ନକଲି ଔଷଧ ମାମଲା, ଆତ୍ମସମର୍ପଣ କଲେ ୨ ଡିଷ୍ଟ୍ରିବ୍ୟୁଟର

କଟକ: ନକଲି ଔଷଧ ମାମଲାରେ କଟକ ପୋଲିସ ନିକଟରେ ୨ ଜଣ ଡିଷ୍ଟ୍ରିବ୍ୟୁଟର ଆତ୍ମସମର୍ପଣ କରିଛନ୍ତି । ଉଚ୍ଚ ରକ୍ତଚାପ ପାଇଁ ବ୍ୟବହୃତ ଟେଲମା-୪୦ ଟାବଲେଟ ନକଲି ନେଇ ଟ୍ୱିନସିଟି ସହ ଏକାଧିକ ସ୍ଥାନରେ ରେଡ୍ ହୋଇଥିଲା । ଏନେଇ ଡ୍ରଗ୍ସ ଇନ୍ସପେକ୍ଟର ମଧ୍ୟ ଡିଷ୍ଟ୍ରିବ୍ୟୁଟରଙ୍କ ବିରୋଧରେ ଏତଲା ଦେଇଥିଲେ । ଏନେଇ ପୋଲିସ ୨ଟି ଏଫଆଇଆର୍ ରୁଜୁ କରିଥିଲା ।

ଭିଆର୍ ଡ୍ରଗ ଏଜେନ୍ସି, ଓ ପୂଜା ଏଣ୍ଟରପ୍ରାଇଜେସ୍ ବିରୋଧରେ ଆଇପିସା ଧାରା ୩୩୬, ୪୨୦, ୪୮୩, ୪୮୬ରେ ମାମଲା ରୁଜୁ ହୋଇଥିଲା । ମାମଲାକୁ ପୋଲିସ ଗମ୍ଭୀରତାର ସହ ନେଇ ତଦନ୍ତ କରିଥିଲା । ପୋଲିସ ୨ ଜଣ ଡିଷ୍ଟ୍ରିବ୍ୟୁଟରଙ୍କୁ ହେପାଜତକୁ ନେଇ ତଦନ୍ତ କରୁଥିବା କହିଛନ୍ତି କଟକ ଡିସିପି ପିନାକ ମିଶ୍ର ।

ଟେଲମା-୪୦ ଆଉ କେଉଁ ଡ୍ରଗ୍ସ ଏମାନେ ନକଲି କରୁଥିଲେ କି ? ସେନେଇ ପୋଲିସ ତଦନ୍ତ କରୁଥିବା କହିଛନ୍ତି ଡିସିପି । ମାମଲାରେ ପୋଲିସ ରାହୁଲ କୟାଲ ଓ ସଞ୍ଜୟ ଜାଡାଲଙ୍କୁ ଅଟକ ରଖି ପଚରାଉଚରା କରୁଛି । ୨ ଅଭିଯୁକ୍ତ ସେମାନଙ୍କ ସ୍ତ୍ରୀଙ୍କ ନାଁରେ ଏଜେନ୍ସି ଚଳାଉଲେ ବୋଲି ପୋଲିସ ସୂଚନା ଦେଇଛି । ତେବେ ଏଥିରେ ଆଉ କିଏ ସମ୍ପୃକ୍ତ ଅଛନ୍ତି କି ପୋଲିସ ସେନେଇ ତଦନ୍ତ କରୁଛି ।

 

Leave A Reply

Your email address will not be published.