ଭୁବନେଶ୍ୱର: ପୋଲିସ ଏବଂ ତଦନ୍ତକାରୀ ସଂସ୍ଥା ସାଇବର ଅପରାଧ ରୋକିବାକୁ ବିଭିନ୍ନ ଉଦାହରଣ ଦେଉଛନ୍ତି। ଆଉ ଲୋକେ ମଧ୍ୟ କିଛିଟା ସତର୍କ ହେଲେଣି। ଏହାରି ଭିତରେ ସାଇବର ଲୁଟେରା କିନ୍ତୁ ଟିକିଏ ଅଧିକ ସ୍ମାର୍ଟ ହୋଇ ଲୁଟର ତରିକା ବଦଳାଇଛନ୍ତି। ଏଥିପାଇଁ ଆଉ ଫୋନ୍ କରି ଓଟିପି ମାଗିବା କିମ୍ବା କେଓ୍ୱାଇସି ଅପଡେଟ କଥା କହୁ ନାହାନ୍ତି ବରଂ ଗୁଗୁଲ ଏବଂ ସୋଶିଆଲ ମିଡିଆରେ ସୁନ୍ଦରୀ ଯୁବତଙ୍କ ଫଟୋକୁ ବିଜ୍ଞାପନ ଆକାରରେ ରଖି ତଳେ ପଇସା କେତେ ଦେବାକୁ ହେବ ଉଲ୍ଲେଖ କରାଯାଉଛି।ଏହାକୁ ଏସକର୍ଟ ସର୍ଭିସ କୁହାଯାଏ। ଆଉ ଗ୍ରାହକ ସୁନ୍ଦରୀ ଝିଅଙ୍କ ସହିତ କଥା ହୋଇ ପଇସା ପଠାଇବା ପରେ ଜାଣିବାକୁ ପାଉଛି ସେ ଠକାମିର ଶିକାର ହୋଇଛି। ପରେ ସାଇବର ଥାନାର ଦ୍ବାରସ୍ଥ ହେବା ପରେ ଅଭିଯୁକ୍ତ ପତି-ପତ୍ନୀ ଏବଂ ସହଯୋଗୀ ଗିରଫ ହୋଇଛନ୍ତି। ଆଉ ଏମାନେ ଓଡ଼ିଶାର, ଆଉ ଓଡ଼ିଆ ବୋଲି ଜଣାପଡିଛି। ନିକଟରେ ଝାଡଖଣ୍ଡ ଜମତରା ଗ୍ୟାଙ୍ଗର ସଦସ୍ୟ ରାଜଧାନୀରେ ସକ୍ରିୟ ରହି ଠକେଇ କରୁଥିବାର ନଜିର ରହିଥିଲା।
ମଙ୍ଗଳବାର ଦିନ ସାଇବର ପୋଲିସର ଭୁବନେଶ୍ୱରର ଏହି ଗ୍ୟାଙ୍ଗକୁ ଧରିଛି। ଯାହାର ମାଷ୍ଟରମାଇଣ୍ଡ ଜଣେ ମହିଳାଙ୍କ ସମେତ ୫ ଜଣଙ୍କୁ ଗିରଫ କରିବା ସହିତ ନକଲି ସେକ୍ସ ରାକେଟର ପର୍ଦ୍ଦାଫାସ ହୋଇଛି। ଜଣେ ଯୁବକ ଗୁଗୁଲରେ ଏସକର୍ଟ ସେବା ସମ୍ବନ୍ଧରେ ଏକ ବିଜ୍ଞାପନ ଦେଖିବାକୁ ପାଇଥିଲେ ଏବଂ ଏହି ସେବା ପାଇବା ପାଇଁ ବିଜ୍ଞାପନରେ ଉଲ୍ଲେଖ କରାଯାଇଥିବା ଏକ ନମ୍ବରକୁ ଡାଏଲ୍ କରିଥିଲେ।
ଷଡଯନ୍ତ୍ର ଅନୁଯାୟୀ, ଜଣେ ମହିଳା ନିଜକୁ କାଜୋଲ ସିଂ ବୋଲି ପରିଚୟ ଦେଇ କଲ୍ ଉଠାଇଥିଲେ ଏବଂ କଲ୍ କରୁଥିବା ବ୍ୟକ୍ତିଙ୍କୁ ତାଙ୍କ ଏସକର୍ଟ ଏଜେନ୍ସି ପ୍ରଦାନ କରୁଥିବା ସୁବିଧା ବିଷୟରେ ଜଣାଇଥିଲେ। ପରେ ତାଙ୍କୁ ସୁନ୍ଦର ଝିଅ, ଯାତ୍ରା ଖର୍ଚ୍ଚ ଏବଂ ଅନ୍ୟାନ୍ୟ ହୋଟେଲ ସୁବିଧା ଦେବା ବାହାନାରେ ୨୭ ହଜାର ଟଙ୍କା ଦେଇଥିଲେ। ପରେ ଉକ୍ତ ଯୁବକ ହୋଟେଲରେ ପହଞ୍ଚିବା ପରେ ତାଙ୍କ ନାମରେ କୌଣସି ବୁକିଂ କରାଯାଇ ନ ଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ସେ ସାଇବର ଥାନାକୁ ଯାଇ ଅଭିଯୋଗ କରିଥିଲେ। ଏବଂ ସେ ସାଇବର ଠକେଇର ଶିକାର ହୋଇଛନ୍ତି ବୋଲି କହିଥିଲେ।
ପରେ ପୋଲିସ ମାଷ୍ଟରମାଇଣ୍ଡ ସୁଶାନ୍ତ ପାତ୍ର, ତାଙ୍କ ପତ୍ନୀଙ୍କୁ ଗିରଫ କରିଛି। ଆଉ ୧୫ଟି ବ୍ୟାଙ୍କ ଆକାଉଣ୍ଟ, ୨୦ ଲକ୍ଷ ଟଙ୍କା, ୨୦ରୁ ଅଧିକ ଏଟିଏମ୍ କାର୍ଡ, ପ୍ରି ଆକ୍ଟିଭ୍ ସିମ୍ ଆଦି ଜବତ କରିଛି।
Comments are closed.