Latest Odisha News

ବିକ୍ରି ହେଉଛି ନକଲି ମେଡିସିନ,ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର : ଦୋକାନରେ ବିକ୍ରି ହେଉଛି ନକଲି ମେଡିସିନ  ।  ରାଜ୍ୟରେ ଗତ କିଛି ଦିନ ତଳେ ବିଭିନ୍ନ ନକଲି ମେଡିସିନ ନେଇ ଅଭିଯୋଗ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ଟିମ୍ । ଏହି ଚଢାଉରେ ଅନେକ ସାଙ୍ଘାତିକ ତଥ୍ୟ ସାମ୍ନାକୁ ଆସିଥିଲା । ଏପିରିକି ନାମୀ କମ୍ପାନୀର ଔଷଧକୁ ନକଲି କରି ବିକ୍ରି କରାଯାଉଥିଲା । ଯାହାକୁ ଆଧାର କରି କଟକର ଦୁଇ ଜଣ ହୋଲସେଲରଙ୍କୁ ଗିରଫ କରାଯାଇଛି ।

ସେମାନଙ୍କୁ ଅଧିକ ପଚରାଉଚରା କରିବା ସହ ଅଧିକ ତଦନ୍ତ ଚାଲିଛି  ।ତେବେ ଏହି ଘଟଣା ଉପରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ସୂଚନା ଦେଇଛନ୍ତି  । ରାଜ୍ୟର ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି । ଆଗକୁ ମଧ୍ୟ ସବୁ ଜିଲ୍ଲାରେ ଚଢାଉ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ଯଦି କେହି ଭୁଲ୍‌ କରିଥିବେ, ତେବେ ତାଙ୍କୁ ଦଣ୍ଡ ଦିଆଯିବ । ଆଇନ ତା ବାଟରେ ଯିବ । କାହାରିକୁ ଛଡ଼ାଯିବ ନାହିଁ  ବୋଲି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ।

Leave A Reply

Your email address will not be published.