Latest Odisha News

ନକଲି ଏସବିଆଇ ଶାଖା, ମୋଟା ଦରମାରେ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଥିଲା 

ରାୟପୁର: ଛତିଶଗଡର ମାଲଖରୋଡା ଥାନା ଅଞ୍ଚଳର ଖାପୋରା ଗ୍ରାମରେ ଏକ ବ୍ୟାଙ୍କର ନକଲି ଶାଖା ଖୋଲିଥିବା ନେଇ ଅଭିଯୋଗ ହୋଇଛି।

ଯେତେବେଳେ ଏହି ଘଟଣାର ଅନୁସନ୍ଧାନ କରାଯାଇଥିଲା, ସେତେବେଳେ ଜଣାପଡିଥିଲା ​​ଯେ ଗାଁର କୌଣସି ବ୍ୟକ୍ତି ଏହି ଶାଖାରେ ଟଙ୍କା ଜମା କରୁନାହାଁନ୍ତି। ବରଂ ଏସବିଆଇରେ ଚାକିରି ପାଇବା ନାମରେ ବେରୋଜଗାର ଯୁବକମାନଙ୍କୁ ଠକିବା ପାଇଁ ଏଭଳି ନକଲି ଶାଖା ଖୋଲାଯାଇଥିଲା।

ଗାଁର ବେକାର ଯୁବକମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ନିଆଯାଇଥିଲା। ଏପରିକି ମ୍ୟାନେଜର, କ୍ୟାସିୟର, ଫାଇନାନ୍ସ ଆଡଭାଇଜର ଏବଂ ଗାର୍ଡ ଭଳି ଚାକିରି ଦେବାକୁ ଲୋଭ ଦେଖାଇ ଟଙ୍କା ହଡପ କରାଯାଇଥିଲା। ନକଲି ଅଫର୍ ଲେଟର୍ ସହାୟତାରେ ସେମାନଙ୍କୁ ନିଯୁକ୍ତି ଦିଯାଇଥିଲା, ଦରମା ଥିଲା ମାସକୁ ୩୦ରୁ ୩୫ହଜାର ଟଙ୍କା।  ସେମାନଙ୍କୁ ଟ୍ରେନିଂ ନାମରେ ଏକ ନକଲି ଶାଖାକୁ ପଠାଯାଇଥିଲା।

Leave A Reply

Your email address will not be published.