ବ୍ରହ୍ମପୁର: ଚିକିତ୍ସା ଅବହେଳା ଯୋଗୁ ପୋଷା କୁକୁରର ମୃତ୍ୟୁ ନେଇ ପାଳିତଙ୍କ ତରଫରୁ ଥାନାରେ ଦିଆଗଲା ଏତଲା। ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲିଣ୍ଡା ଗ୍ରାମରେ ଏଭଳି ଘଟଣା ଘଟିଛି। ପୋଷା କୁକୁର ଡୁଗୁର ମୃତ୍ୟୁରେ ମ୍ରିୟମାଣ ହୋଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ପାଳିତ। ଡୁଗୁକୁ ପୁଅ ଭଳି ପାଳିଥିବା ପରିବାର ଲୋକେ ଏତଲା ଦେବା ପରେ ସସମ୍ମାନରେ ଅନ୍ତିମ ସତ୍କାର କରିଛନ୍ତି।
ଜିଲୁଣ୍ଡି ଗ୍ରାମର ଠାକୁରାଣୀ ମନ୍ଦିର ସାହିର ବାସିନ୍ଦା ଗଣପତି ଡାକୁଆ ଏବଂ ସାବିତ୍ରୀଙ୍କ ପରିବାର କହିଲେ ଏକମାତ୍ର ଝିଅ ସନ୍ତୋଷିନୀ। ପୁଅକୁ ୧୨ବର୍ଷ ହୋଇଥିବା ବେଳେ ସେ ମସ୍ତିଷ୍କ ମ୍ୟାଲେରିଆରେ ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାରେ ଭାଙ୍ଗିପଡ଼ିଥିଲେ ଗଣପତି ଏବଂ ସାବିତ୍ରୀ। ଏକ କୁକୁରକୁ ପୁଅଭାବେ ଗ୍ରହଣ କରିଥିଲେ। ଯାହାର ନାମ ଦେଇଥିଲେ ଡୁଗୁ। ପ୍ରାୟ ୪ବର୍ଷ ହେଲା ଡୁଗୁକୁ ସେମାନେ ପୁଅ ଭଳି ପାଳୁଥିଲେ। ଏପରିକି ସନ୍ତୋଷିନୀ ମଧ୍ୟ ଡୁଗୁକୁ ଭାଇ ଭଳିଆ ମାନୁଥିଲେ। ଗତ ୧୭ତାରିଖରେ ଡୁଗୁ ଅସୁସ୍ଥ ହୋଇପଡ଼ିଥିଲା। ଚିକିତ୍ସା ପାଇଁ ସେମାନେ ଭଞ୍ଜନଗର ପ୍ରାଣୀ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ଡୁଗୁକୁ ଗୋଟିଏ ଇଂଜେକ୍ସନ ଦେଇଥିଲେ। ଇଞ୍ଜେକ୍ସନ ଦେବା ପରେ ଡୁଗୁ ଭଲ ହୋଇଯିବ ଏବଂ ଘରକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଘରକୁ ନେବାର କିଛିଘଣ୍ଟା ପରେ ଡୁଗୁ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲା। କିଛି ସମୟ ପରେ ତା’ର ପ୍ରାଣବାୟୁ ଉଡ଼ିଯାଇଥିଲା। ହସ୍ପିଟାଲକୁ ଯୋଗାଯୋଗ ବେଳେ ଡାକ୍ତର କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଏନେଇ ସାବିତ୍ରୀଙ୍କ ପକ୍ଷରୁ ଭଞ୍ଜନଗର ଥାନାରେ ଏତଲା ଦିଆଯାଇଛି। ଘଟଣାର ସଠିକ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ପାଇଁ ଏତଲାରେ ନିବେଦନ କରିଛନ୍ତି। ଡୁଗୁ ଅନ୍ୟ ପାଇଁ ପଶୁ ହୋଇଥାଇ ପାରେ। କିନ୍ତୁ ଆମ ପାଇଁ ପୁଅ ଭଳିଆ ଥିଲା ବୋଲି ସେମାନେ ପ୍ରକାଶ କରିଛନ୍ତି। ତେବେ ଏନେଇ ଭଞ୍ଜନଗର ପୋଲିସ କିମ୍ବା ପ୍ରାଣୀ ଚିକିତ୍ସାଳୟ କର୍ତ୍ତୃପକ୍ଷଙ୍କ ମତାମତ ମିଳିପାରି ନାହିଁ।
BREAKING NEWS
- Army vehicle falls into gorge: ଖାଇକୁ ଖସିଲା ସେନା ଗାଡି; ୧୦ ଯବାନ ଶହିଦ, ଏକାଧିକ ଆହତ
- କି ପ୍ଲାନ୍ କରୁଛନ୍ତି ଶେଖ୍ ହସିନା?
- Mao Camp: କନ୍ଧମାଳ ଜଙ୍ଗଲରେ ମାଓ କ୍ୟାମ୍ପ ଠାବ, ବହୁ ପରିମାଣର ମାଓ ସାମଗ୍ରୀ ଜବତ
- SI Exam Scam: ଏସଆଇ ପରୀକ୍ଷା ମହାଘୋଟାଲା; ମାର୍ଚ୍ଚ ୧୬କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି
- ଗ୍ରାମରକ୍ଷୀଙ୍କ ମାସିକ ଭତ୍ତା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ; ଏଣିକି ମିଳିବ ୨,୫୦୦ ଟଙ୍କା
- ୭୨ ପ୍ରଧାନଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ମାସିକ ଦରମା ବନ୍ଦ କଲେ ଜିଲ୍ଲା ଶିକ୍ଷାଧିକାରୀ
- Simran Bala To Lead All-Male CRPF: କିଏ ଏହି ସିମରନ୍ ବାଲା? ଗଣତନ୍ତ୍ର ଦିବସରେ ସମ୍ପୂର୍ଣ୍ଣ ପୁରୁଷ CRPF ଦଳର ନେବେ ନେତୃତ୍ୱ…ବନିବେ ପ୍ରଥମ ମହିଳା…
- Odisha Vigilance: ୧୦,୦୦୦ ଲାଞ୍ଚ ନେଇ ଗିରଫ ହେଲେ ଆରଆଇ…
- Live-In Relationships: ଲିଭ୍-ଇନ୍ରେ ରହୁଥିବା ମହିଳାଙ୍କୁ ମିଳିବ ପତ୍ନୀର ମାନ୍ୟତା!
- Subhadra Yojana: ୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା
Comments are closed.