Latest Odisha News

BREAKING NEWS

ଭୂମିହୀନ ଲୋକଙ୍କୁ ଲିଜ୍ ସୂତ୍ରରେ ଜମି ପଟ୍ଟା ପ୍ରଦାନ ଦାବୀ

ସୁବର୍ଣ୍ଣପୁର : ଆଦିବାସୀ ଓ ହରିଜନ ଜମି ପଟ୍ଟା ଦାବୀ ନେଇ  ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବିନିକା ତହସିଲ କର୍ତଙ୍ଗ, ପଧାନପାଲି ଓ ସଂସମୁରା ଗାଁର ଗରିବ, ଆଦିବାସୀ ମାନେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରି ଚଳୁଥିବା ବେଳେ ପ୍ରଶାସନର ଅବହେଳାରୁ ଜଙ୍ଗଲ ଏବେ କ୍ଷୟ ହୋଇଗଲାଣି  l ଏହି ଜନଜାତିର  ଲୋକ ମାନେ ଦୀର୍ଘ ୨୫ବର୍ଷ ରୁ ଉର୍ଦ୍ଧ୍ବ ହେବ ପଡ଼ିଆ ଜମିକୁ ଉନ୍ନତିକରଣ କରି ସେଥିରୁ ଶସ୍ୟ ଅମଳ କରି ନିଜର ପରିବାର ଗୁଜୁରାଣ ମେଣ୍ଟାଇ ଆସୁଛନ୍ତି l

ଭୂମିହୀନ ମାନଙ୍କୁ ସରକାର ପଟ୍ଟା ଜମି ଯୋଗାଇ ଦେବା ପାଇଁ ବ୍ୟବସ୍ଥା ରହିଥିବା ବେଳେ ସେଥିରୁ ବଞ୍ଚିତ ହୋଇଥିଲେ ସୁଦ୍ଧା ସରକାରୀ ଦେୟ ପୈଠ କରି ଆସୁଛନ୍ତି l ଏ ନେଇ ବିନିକା ତହସିଲ କାର୍ଯ୍ୟାଳୟକୁ ଦୌଡ଼ି ନୟାନ୍ତ ହେଲେ ସୁଦ୍ଧା ସ୍ଥାୟୀ ପ୍ରତିକାର ପାଇ ପାରିନାହାଁନ୍ତି । ଧନୀ ଗୋଷ୍ଠୀର ଲୋକଙ୍କୁ କବଜା କରିବାକୁ ସୁଯୋଗ ଦେଉଥିବା ଅଭିଯୋଗ ହେଉଛି l ଏପରିକି ଏହି ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକଙ୍କ ଉପରେ ଦୁର୍ବ୍ୟବହାର ହେଉଥିବା ଅଭିଯୋଗ ରହିଛି ।

ତେଣୁ ସମ୍ଭ୍ରାନ୍ତ ଶ୍ରେଣୀର ଲୋକ ମାନଙ୍କ ଠାରୁ ଜବର ଦଖଲ ଉଚ୍ଛେଦ କରି ଭୂମିହୀନ ଦାରିଦ୍ର୍ୟ ସୀମାରେଖା ତଳେ ରହିଥିବା ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ଲୋକଙ୍କୁ ପଟ୍ଟା ପ୍ରଦାନ କରିବା ପାଇଁ ଦାବୀ କରିଛନ୍ତି  । କର୍ତ୍ତଙ୍ଗ, ପଧାନପାଲି ଓ ସଂଶମୁରା ଗ୍ରାମର ଦିଖାଲ ପାତ୍ର, ଦଶବନ୍ତି ଝାଙ୍କର, ଜଗଦୀଶ ପାତ୍ର, କୁନ୍ଦ ମାଝୀ, ଭାଗିରଥି ଜଗଦଲା, ଶୁରୁବୁଇ ଷଣ୍ଢ, ଆନନ୍ଦ ଭୋଇ, ଶାନ୍ତିଲତା ନାଏକ ଙ୍କ ସମେତ ବହୁ ମହିଳା ପୁରୁଷ ଜିଲ୍ଲପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

 

Leave A Reply

Your email address will not be published.