ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ରହୁଥିବା ଏକ ପରିବାରର ଜଣେ ଝିଅ ଜାତି ବାହାରେ ବିବାହ କରିବା ପରେ ତାଙ୍କ ଗାଁ ଲୋକେ ତାଙ୍କୁ ସାମାଜିକ ବାସନ୍ଦ କରିଛନ୍ତି। ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଗାଁରେ ରହୁଥିବା ରମ୍ଭା ଦଳେଇଙ୍କ ତିନି ଝିଅଙ୍କ ମଧ୍ୟରୁ ଜଣଙ୍କ ବିବାହ ଅନ୍ୟ ଜାତିର ପରିବାରରେ ହୋଇଥିଲା। ଏହା ଗ୍ରାମବାସୀଙ୍କୁ ପସନ୍ଦ ଆସିନଥିଲା। ଗାଁର ଶିଖର ଦଳେଇ ଓ ଅନ୍ୟମାନେ ରମ୍ଭାଙ୍କ ପରିବାରକୁ ୩୦ ହଜାର ଟଙ୍କା ଜରିମାନା କରିଥିଲେ। ଜରିମାନା ରାଶି ଦେବାରେ ବିଫଳ ହେବାରୁ ଅନ୍ୟମାନେ ତାଙ୍କ ପରିବାରକୁ ସାମଜିକ ବାସନ୍ଦ କରିଛନ୍ତି ବୋଲି ଅଭିଯୋଗ ହୋଇଛି।
ଗାଁରେ ଅନ୍ତିମ ସଂସ୍କାର, ବାହାଘର ସମେତ କୌଣସି ସାମାଜିକ କାର୍ଯ୍ୟକ୍ରମରେ ଭାଗ ନେବା ପାଇଁ ପରିବାର ଲୋକଙ୍କୁ ବାରଣ କରାଯାଇଛି। ଝିଅ ସସ୍ମିତା ଦଳେଇ କହିଛନ୍ତି ଯେ, ତାଙ୍କୁ ମିଶାଇ ତିନି ଭଉଣୀ ଉଭୟ ବିବାହିତ। ତାଙ୍କ ବାପା ପକ୍ଷାଘାତରେ ଆକ୍ରାନ୍ତ। ମାଆ ଦିନ ମଜୁରିଆ ଭାବେ କାମ କରୁଛନ୍ତି। ଗାଁରେ ଇତି ମଧ୍ୟରେ ୬ଟି ଶୁଦ୍ଧି କ୍ରିୟା ସହିତ ବାହାଘର ହୋଇଛି। କିନ୍ତୁ କୌଣସିଥିରେ ତାଙ୍କ ପରିବାର ଲୋକଙ୍କୁ ସାମିଲ କରାଯାଇନି। ସେ ଏ ନେଇ ପୋଲିସକୁ ସାହାଯ୍ୟ ମାଗିଛନ୍ତି ବୋଲି କହିଛନ୍ତି। ପୁଲିସ ଏଯାଏଁ ମାମଲା ରୁଜୁ କରିନଥିବା ବେଳେ ସସ୍ମିତା କହିଛନ୍ତି ଯେ, ଯେତେବେଳେ ସେ ଅଭିଯୋଗ କରିବାକୁ ଯାଇଥିଲେ ସେତେବେଳେ ପୁଲିସ ତାଙ୍କୁ ଅପମାନିତ କରିଥିଲା।
ଏହି ପରିବାରର ଦୁର୍ଦ୍ଦଶା ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଭାରତରେ ଅବ୍ୟାହତ ବ୍ୟତିକ୍ରମକୁ ଉଜାଗର କରିଛି। ସରକାରଙ୍କର ଆଇନ୍ ରହିଛି, ଯାହାଦ୍ୱାରା ଲୋକଙ୍କୁ ଏପରି ସ୍ଥିତିରୁ ସୁରକ୍ଷା ଯୋଗାଇ ଦିଆଯାଇପାରିବ, କିନ୍ତୁ ଅନେକ ସମୟରେ ଏହି ଆଇନ୍ ଲାଗୁ କରାଯାଉନାହିଁ।
ରମ୍ଭା ଦଳେଇ ପରିବାରର ମାମଲା ଏହା ମନେ ପକାଇ ଦେଉଛି ଯେ ଭାରତରେ ଏବେ ବି ଜାତିପ୍ରଥା ଏକ ଗୁରୁତର ସମସ୍ୟା, ଏବଂ ଏହି ସାମାଜିକ ବାସନ୍ଦ ପ୍ରଥାରୁ ଲୋକଙ୍କୁ ସୁରକ୍ଷା ଦେବାକୁ ଆହୁରି ଅଧିକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।
Comments are closed.