Latest Odisha News

ଲତା ମଙ୍ଗେସକର ଗୁରୁତର ଅସୁସ୍ଥ; ଆଇସିୟୁରେ ଭର୍ତ୍ତି

ହସ୍ପିଟାଲରେ ପୁଣି ଥରେ ଭର୍ତ୍ତି କରାଯାଇଛି । ଲତାଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ରହିଥିବା ଯୋଗୁଁ ତାଙ୍କୁ ଆଇସିୟୁରେ ରଖାଯାଇ ଚିକିତ୍ସା କରାଯାଉଛି ବୋଲି ଏନଡ଼ିଟିଭି ସୂତ୍ରରୁ ଜଣାପଡ଼ିଛି । ତେବେ ଡ଼ାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି ଯେ, ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଉନ୍ନତି ଘଟିବାରେ ଲାଗିଛି ।

ସୋମବାର ଦିନ ହସ୍ପିଟାଲରେ ଭର୍ତ୍ତି ହୋଇ ସୁସ୍ଥ ଅନୁଭବ କରିବା ଯୋଗୁଁ ତାଙ୍କୁ ଘରକୁ ପଠାଇଦିଆଯାଇଥିଲା । ମାତ୍ର ମଙ୍ଗଳବାର ଦିନ ପୁନର୍ବାର ଶ୍ୱାସ କ୍ରିୟାରେ କଷ୍ଟ ଅନୁଭବ କରିବା ଯୋଗୁଁ ତାଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇ ଇଣ୍ଟେନସିଭ୍ କେୟାର୍ ୟୁନିଟ୍ (ଆଇସିୟୁ)ରେ ରଖାଯାଇଛି ।

ଏଠାରେ ସୂଚନାଯୋଗ୍ୟ, ଗତ ସେପ୍ଟେମ୍ବର ମାସ ୨୮ ତାରିଖରେ ଲତା ୯୦ ବର୍ଷରେ ପଦାର୍ପଣ କରିଥିଲେ । ସଂଗୀତ କ୍ଷେତ୍ରର ତାଙ୍କର ପାରଦର୍ଶିତା ଲାଗି ଭାରତ ସରକାର ତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରିଛନ୍ତି ।

ଲତା ମଙ୍ଗେସକରଙ୍କ ଅସୁସ୍ଥତା ଖବର ପାଇ ବଲିଉଡ଼ର ଅନେକ ନାମି ଦାମୀ କଳାକାର ତାଙ୍କର ଦୀର୍ଘ ଜୀବନ କାମନା କରିବା ସହିତ ତାଙ୍କର ସୁସ୍ଥତା ଲାଗି ଭଗବାନଙ୍କ ନିକଟରେ ସୋସିଆଲ୍ ମିଡ଼ିଆରେ ପ୍ରାର୍ଥନା କରିଥିବାର ଜଣାପଡ଼ିଛି ।

Comments are closed.