Latest Odisha News

BREAKING NEWS

ଆସନ୍ତୁ ଜାଣିବା ଭାରତର କେଉଁ ବଡ ସହର ମାଆ ଦୁର୍ଗାଙ୍କ ନାମରେ ନାମିତ

ନୂଆଦିଲ୍ଲୀ: ଏବେ ସାରା ଭାରତ ଉତ୍ସବ ମୁଖରିତ କାରଣ ମାଆ ଦୁର୍ଗାଙ୍କ ପୂଜା ଆରମ୍ଭ ହୋଇଯାଇଛି । ନବରାତ୍ରୀରେ ୯ ଦିନ ଧରି ମାଆ ଦୁର୍ଗାଙ୍କୁ ପୂଜା କରାଯାଇଥାଏ । ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଭାରତର ବଡ ବଡ ସହର ପ୍ରକୃତରେ ମାଆଙ୍କ ନାମରେ ନାମିତ । ସେଗୁଡିକ ହେଲା-
ମୁମ୍ବାଇ: ମହାରାଷ୍ଟ୍ରର ଆର୍ଥୀକ ନଗର ମୁମ୍ବାଇ ପ୍ରକୃତରେ ଦେବୀ ମୁମ୍ବିଙ୍କ ନାମରେ ରଖାଯାଇଛି । ଜାଭେରୀ ବଜାରରେ ମାତା ମୁମ୍ବା ବା ମାଆ ଅମ୍ବାଙ୍କ ପ୍ରସିଦ୍ଧ ମନ୍ଦିର ରହିଛି । ୫୦୦ ବର୍ଷ ତଳେ ଏହି ମନ୍ଦିର ନିର୍ମିତ ହୋଇଥିବା ଅନୁମାନ କରାଯାଏ ।
ଦିଲ୍ଲୀ: ଦିଲ୍ଲୀ ପ୍ରକୃତରେ ପୂର୍ବେ ଯୋଗୀନପୁର ଭାବେ ପରିଚିତ ଥିଲା । ମହାରୌଲୀ ଅଂଚଳରେ ଯୋଗମାୟାଙ୍କ ମନ୍ଦିର ଅଛି । କାଳକ୍ରମେ ଏହାର ନାମ ଦିଲ୍ଲୀ ପଡିଥିଲା ।
ପାଟନା: ବିହାରର ରାଜଧାନୀ ପାଟନା ବି ମାଆଙ୍କ ନାମ ଅନୁସାରେ ହୋଇଛି । ଏଠାରେ ମାତା ସତୀଙ୍କ ଡାହଣ ଜଙ୍ଘ ପଡିଥିଲା । ଦେବୀ ପାଟନା ଶକ୍ତିପୀଠ ଭାବେ ପରିଚିତ ।
ଶ୍ରୀନଗର: ଜମ୍ମୁ ଏବଂ କଶ୍ମୀରର ରାଜଧାନୀ ଶ୍ରୀନଗର ଦେବୀ ଦୁର୍ଗାଙ୍କ ନାମରେ ନାମିତ । ପ୍ରାକୃତିକ ପରିବେଶରେ ଗଢ଼ା ଏହି ସହରରେ ମାଅ ଲକ୍ଷ୍ମୀ ବାସ କରିନ୍ତି ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସ୍ୱୟଂଭୂ ଚକ୍ରରେ ମାତା ବିରାଜମାନ ।


ନୈତିତାଳ: ଭାରତର ସୁନ୍ଦର ହିଲ ଷ୍ଟେସନ ନୈନିତାଳ ବି ମାଆ ଦୁର୍ଗାଙ୍କ ଏକ ସ୍ୱରୂପ ଅନୁସାରେ ରଖାଯାଇଛି । ଏଠାରେ ମାତା ସତୀଙ୍କ ଚକ୍ଷୁ ପଡିଥିଲା । ଏହା ପରେ ନୈନା ଦେବୀ ଶକ୍ତିପୀଠ ଭାବେ ପରିଚିତ ହୋଇଥିଲା । ନୈନା ଦେବୀଙ୍କ ନାମ ଅନୁସାରେ ଏହାର ନାମ ନୈନିତାଳ ପଡିଥିଲା ।
ଚଣ୍ଡୀଗଡ: ମାତା ଚଣ୍ଡୀ ଦେବୀଙ୍କ ନାମ ଅନୁସାରେ ଚଣ୍ଡୀଗଡ ରଖାଯାଇଛି । ଏଠାରେ ମାଆ ଚଣ୍ଡୀଙ୍କ ବିଶାଳ ମନ୍ଦିର ମଧ୍ୟ ରହିଛି ।
ମାଙ୍ଗାଲୋର: ୯ମ ଶତାବ୍ଦୀରେ ଅଳୁପା ରାଜବଂଶର ରାଜା କୁନ୍ଦବର୍ମନ ଏଠାରେ ଦେବୀ ମଙ୍ଗଳାଙ୍କ ଏକ ମନ୍ଦିର ନିର୍ମାଣ କରିଥିଲେ । ସେଥିପାଇଁ ଏହାର ନାମ ମାଙ୍ଗାଲୋର ରଖାଯାଇଛି ।
ତ୍ରିପୁରା: ମାତା ତ୍ରିପୁରା ସୁନ୍ଦରୀଙ୍କ ନାମ ଅନୁସାରେ ତ୍ରିପୁରା ସହରର ନାମ ରଖାଯାଇଛି । ଏହା ଅଗରତାଲାଠାରୁ ୫୫ କିଲୋମିଟର ଦୂର ପାହାଡରେ ମାଆ ବିରାଜମାନ ।

Leave A Reply

Your email address will not be published.