Latest Odisha News

ବିଶ୍ୱକପ ଫାଇନାଲ: ସୁରକ୍ଷା ବଳୟ ଭାଙ୍ଗି ମୈଦାନରେ ବିରାଟଙ୍କୁ କୁଣ୍ଢାଇଲେ ଯୁବକ, ଦେଖନ୍ତୁ ଭିଡିଓ

ଗାନ୍ଧୀନଗର: ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଅଷ୍ଟ୍ରେଲିଆ ଏବଂ ଭାରତ ମଧ୍ୟରେ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍ ଖେଳାଯାଉଛି । ଭାରତୀୟ ଏବଂ ଅଷ୍ଟ୍ରେଲୀଅ ସମର୍ଥକମାନେ ଉପସ୍ଥିତ ଅଛନ୍ତି । ମୈଦାନର ମାହୋଲ ପୁରା ଜବରଦସ୍ତ ରହିଛି । ଟସ୍ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରୁଛି । ଏହି ସମୟ ମଧ୍ୟରେ ସୁରକ୍ଷାରେ ତୃଟି ପରିଲିକ୍ଷିତ ହୋଇଛି ।

 

ବିରାଟ କୋହଲି ଓ କେଏଲ ରାହୁଲ କ୍ରିଜ୍‌ରେ ଥିବା ବେଳେ ଏପରି ଘଟଣା ଘଟିଛି । ଦର୍ଶକ ଗ୍ୟାଲେରୀରେ ଉପସ୍ଥିତ ଧଳା ଟି-ସାର୍ଟ ଏବଂ ନାଲି ପ୍ୟାଣ୍ଟ ପିନ୍ଧିଥିବା ଜଣେ ଯୁବକ ପାଲେଷ୍ଟାଇନର ପତାକା ଧରି ପଡ଼ିଆରେ ପଶିଆସିଥିଲେ । ଏହାପରେ ସେ ବିରାଟ କୋହଲିଙ୍କୁ କୁଣ୍ଢାଇଥିଲେ । ଏହି ଘଟଣା ଦେଖି ଗ୍ୟାଲେରୀରେ ଉପସ୍ଥିତ ସମସ୍ତ ଫ୍ୟାନ୍ସ ଓ ସୁରକ୍ଷାକମୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହପରେ ସୁରକ୍ଷାକର୍ମୀମାନେ ସେଠାରେ ପହଞ୍ଚି ଯୁବକ ଜଣଙ୍କୁ ପଡ଼ିଆରୁ ନେଇ ଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ ଏତେ କଡ଼ା ସୁରକ୍ଷା ମଧ୍ୟରେ ଯୁବକ ଜଣଙ୍କ କିପରି ପଡିଆ ଭିତରକୁ ଚାଲିଆସିଲେ ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଛି । ତେବେ ଯୁବକଙ୍କ ଅନୁପ୍ରବେଶ ଦ୍ବାରା କିଛି ସମୟ ପାଇଁ ମ୍ୟାଚ୍ ରେ ବାଧାପ୍ରାପ୍ତ ହୋଇଥିଲେ ହେଁ ସ୍ବଳ୍ପ ସମୟର ବ୍ୟବଧାନ ପରେ ପୁଣି ମ୍ୟାଚ୍‌ ଆରମ୍ଭ ହୋଇଛି ।

Leave A Reply

Your email address will not be published.