Latest Odisha News

BREAKING NEWS

ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି, ଭିଡିଓ ଭାଇରାଲ… 

ନୂଆଦିଲ୍ଲୀ: ତୁର୍କୀ ଫିଲ୍ମରେ ଏଣ୍ଟ୍ରି କଲେ କି ବିରାଟ କୋହଲି। ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି ଏଭଳି ଜଣେ ଅଭିନେତା। ଯାହାଙ୍କ ଚେହେରା ଅବିକଳ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ମୁହଁ ଭଳି ଲାଗୁଛି।

ତେବେ ସେ ହେଉଛନ୍ତି ତୁର୍କୀ ଧାରାବାହିକ ‘ଦିରିଲିସ୍: ଏର୍ତୁଗ୍ରୁଲ୍’ରେ ଅଭିନୟ କରିଥିବା ଅଭିନେତା କ୍ୟାଭିଟ୍ ସେଟିନ୍ ଗୁନର। ଏହା ମେହମେତ ବୋଜଡାଗଙ୍କ ଦ୍ୱାରା ନିର୍ଦ୍ଦେଶିତ ଏକ ଐତିହାସିକ ଧାରାବାହିକ। ଏହି ଧାରାବାହିକରେ ଏଙ୍ଗିନ୍ ଆଲ୍ଟାନ୍ ଦୁଜ୍ୟାତାନ୍ ଏର୍ତୁଗ୍ରୁଲ୍ ବେ ଭାବରେ ଅଭିନୟ କରିଥିବା ବେଳେ  କ୍ୟାଭିଟ୍  ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ର ରେ ଅଭିନୟ କରିଛନ୍ତି। ତାଙ୍କ ସହିତ କାନ ତାସାନେର ଏବଂ ହୁଲ୍ୟା ଡାରଖାନ ମଧ୍ୟ ଏଥିରେ ପ୍ରମୁଖ ଭୂମିକାରେ ଅଭିନୟ କରିଥିଲେ।

ସୂଚନା ଅନୁଯାୟୀ, ସୋମବାର ଦିନ ଜଣେ Reddit ୟୁଜର ଏହାର ଏକ ସ୍କ୍ରିନସଟ୍ ସେୟାର କରି କ୍ୟାଭିଟ ସେଟିନଙ୍କ ଫଟୋ ଛାଡିଥିଲେ ଓ ଏହା ଅନୁଷ୍କା ଶର୍ମାଙ୍କ ସ୍ୱାମୀଙ୍କ ଟିଭି ଶୋ ଡେବ୍ୟୁ! ବୋଲି  କ୍ୟାପସନ ମଧ୍ୟ ଲେଖାହୋଇଥିଲା। ” ଫଟୋ ଭାଇରାଲ ହେବା ପରେ ସମସ୍ତେ ତାଙ୍କୁ ବିରାଟ କୋହଲି ବୋଲି ଭାବି ନେଇଥିଲେ।ଏହାପରେ ଏହି ଫଟୋରେ ପ୍ରଶଂସକମାନଙ୍କର କମେଣ୍ଟ ଆସିବାରେ ଲାଗିଥିଲା।

ଜଣେ ୟୁଜର୍ ମଜାଳିଆ ଅନ୍ଦାଜ ରେ ଲେଖିଛନ୍ତି ଯେ ଅନୁଷ୍କା ‘ରବ ନେ ବନା ଦି ଯୋଡି’ ଭଳି ଏଥିରେ ମଧ୍ୟ ସ୍ବାମୀଙ୍କୁ ଚିହ୍ନି ପାରିବେ ନାହିଁ।ସେହିପରି ଅନ୍ୟ ଜଣେ ୟୁଜର୍ ତାଙ୍କୁ ବିରାଟ କୋହଲି ହିଁ ମାନି ନେଇଥିବା ବେଳେ ଅନ୍ୟ ଜଣେ କାଭିଟଙ୍କୁ “ତୁର୍କୀର କୋହଲି” ବୋଲି ମଧ୍ୟ କହିଥିଲେ।

 

Comments are closed.