Latest Odisha News

BREAKING NEWS

ତରଭୁଜ-ଖରଭୁଜ ମିଶ୍ରଣ କରି ଚାଷୀ ଉତ୍ପାଦନ କଲେ ନୂତନ ଫଳ

ଚୀନ୍‌: ଗ୍ରୀଷ୍ମ ଋତୁରେ ତରଭୁଜ ଏବଂ ଖରଭୁଜ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏହି ଦୁଇଟି ଫଳର ସ୍ୱାଦ ଓ ଏହାର ଉପକାର ଦେହ ପାଇଁ ଭଲ ହୋଇଥିବାରୁ ଲୋକେ ସେମାନଙ୍କ ଖାଦ୍ୟ ମେନୁରେ ଏହାକୁ ରଖିଥାନ୍ତି । ପ୍ରାୟତଃ ଅମଳ ବୃଦ୍ଧି କରିବାକୁ ଚାଷୀମାନେ ଭିନ୍ନ ଭିନ୍ନ କୌଶଳ ବ୍ୟବହାର କରିଥାନ୍ତି ,ଯାହାଦ୍ୱାରା ସେମାନେ ଲାଭବାନ ହୋଇଥାନ୍ତି । ତରଭୁଜ ଓ ଖରଭୁଜର ଆକାର କିମ୍ବା ସଂଖ୍ୟା ବଢାଇବା ପାଇଁ ଔଷଧ ମଧ୍ୟ ବ୍ୟବହାର କରନ୍ତି । କିନ୍ତୁ ଚୀନର ଜଣେ ଚାଷୀ ଏହି ଫଳଗୁଡ଼ିକ ଉପରେ ଏପରି ଏକ ପରୀକ୍ଷଣ କରିଛନ୍ତି ଯାହା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଚାଷୀ ଏହି ଦୁଇଟି ଫଳକୁ ମିଶ୍ରଣ କରି ଏକ ନୂତନ ଫଳ ସୃଷ୍ଟି କରି ଚର୍ଚ୍ଚାକୁ ଆସିଛନ୍ତି ।

ଆପଣ ଏବେ ଭାବୁଥିବେ ଦୁଇ ଫଳ ମିଶ୍ରଣର ଅର୍ଥ କ’ଣ ? ସେ ଦୁଇ ଫଳକୁ କାଟି ଏକତ୍ର କରିଛନ୍ତି କି? ନା, ସେମିତି କିଛି କରିନାହାନ୍ତି ସେ । ଚାଷୀ ଜଣକ ଏକ ନୂତନ ହାଇବ୍ରିଡ୍ ଫସଲ ବିକଶିତ କରିଛନ୍ତି, ଯାହା ତରଭୁଜ ଏବଂ ଖରଭୁଜରେ ତିଆରି । ଏହି ନୂତନ ଫଳର ଉପର ଭାଗ ତରଭୁଜ ଥିବା ବେଳେ ତଳ ଅଂଶ ଖରଭୁଜ ପରି ହୋଇଛି । ଚୀନ୍‌ର ଅନୁହୁଇ ପ୍ରଦେଶର ଫୁୟାଙ୍ଗରେ ରହୁଥିବା ୪୦ ବର୍ଷିୟ ଚାଷୀ ଆଜିକାଲି ଏହାକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ତାଙ୍କର ଉତ୍ପାଦିତ ଏହି ନୂତନ ଫଳର ଫଟୋ ଯେତେବେଳେ ସୋସିଆଲ ମିଡ଼ିଆରେ ଭାଇରାଲ ହେଲା, ସେତେବେଳେ ଲୋକେ ଏହାକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।

ଚାଷୀ ଜଣକ କହିଛନ୍ତି ଯେ, ତରଭୁଜ ମଞ୍ଜିରେ ଖରଭୁଜ ମଞ୍ଜି ପ୍ରତିରୋପଣ କରିବାକୁ ସେ ଅନେକ ଥର ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କିନ୍ତୁ ବର୍ତ୍ତମାନ ତାଙ୍କର କଠିନ ପରିଶ୍ରମ ସଫଳ ହୋଇଛି । ଏହି ଫଳରେ ଲୋକେ ଏକାସଙ୍ଗରେ ତରଭୁତ ଓ ଖରଭୁଜର ସ୍ୱାଦ ପାଇପାରିବେ । ଆଗକୁ ସେ ଆହୁରି ଏପରି ଅନେକ ନୂତନ ଫଳ ବିକଶିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।

Comments are closed.