ବଲାଙ୍ଗିର :ବଲାଙ୍ଗିରରେ ଚାଷୀ ଆତ୍ମହତ୍ୟା । ଫସଲ ନଷ୍ଟ ହେବା ଦେଖି କୀଟନାଶକ ପିଇଦେଲେ ଚାଷୀ । ମିଳିଥିବା ସୂଚନା ଅନୁସାରେ,ପୁଇଁତଳା ବ୍ଲକ ବୁବେଲ ଗାଁରେ ଘଟିଛି ଏହି ଦୁଃଖଦାୟକ ଘଟଣା । ମୃତ ଚାଷୀଙ୍କ ନାଁ ରମେଶ ବିଶୋଇ ଓ ତାଙ୍କ ବୟସ ୫୦ ବର୍ଷ ।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ରମେଶ ମଙ୍ଗଳବାର କ୍ଷେତରେ କୀଟନାଶକ ପ୍ରୟୋଗ କରୁଥିଲେ । ଏହି ସମୟରେ ସେ କିଛି ବିଷାକ୍ତ ରାସାୟନିକ ପଦାର୍ଥ ଖାଇ ଦେଇଥିଲେ। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବୁଧବାର ସକାଳେ ଭୀମଭୋଇ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି ।
ସ୍ଥାନୀୟ ଚାଷୀଙ୍କ କହିବା ଅନୁଯାୟୀ, ରମେଶ ଦଶ ଏକର ଜମିରେ ଫସଲ ଚାଷ କରିଥିଲେ । ହେଲେ ପୋକ ଲାଗିଯିବାରୁ ବ୍ୟାପକ କ୍ଷତି ଘଟିଥିଲା। ପ୍ରାୟ ପାଞ୍ଚ ଏକର ଜମିରେ ଫସଲ ନଷ୍ଟ ହୋଇଯାଇଥିଲା । ଏହା ପରେ ରମେଶ ମାନସିକ ଭାରସାମ୍ୟ ହରାଇଥିଲେ । ଗତକାଲି ଜମିରେ କୀଟନାଶକ ସିଞ୍ଚନ କରୁଥିବାବେଳେ ନିଜେ କିଛି ଖାଇ ଦେଇଥିଲେ ବୋଲି ସେମାନେ କହିଛନ୍ତି।
Comments are closed.