Latest Odisha News

BREAKING NEWS

ଚାଷୀ ସଙ୍ଗଠନର ୧୨ ଘଣ୍ଟିଆ ରାସ୍ତାରୋକ

ସୁବର୍ଣ୍ଣପୁର:ଚାଷୀ ସଙ୍ଗଠନର ୧୨ ଘଣ୍ଟିଆ ରାସ୍ତାରୋକ l ସୁବର୍ଣ୍ଣପୁର ଜିଲ୍ଲାରେ ରବି ଧାନ ବିକ୍ରି ନେଇ ଚାଲିଛି ଅଚଳାବସ୍ଥା l ଏହାର ସମାଧାନ ଦାବିରେ ଶେଷରେ ଚାଷୀ ଓହ୍ଲାଇଛନ୍ତି ରାଜ ରାସ୍ତାରେ । ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଉଲୁଣ୍ଡା ବ୍ଲକ ହିକୁଡି ଛକରେ ୧୨ ଘଣ୍ଟିଆ ରାସ୍ତାରୋକ କରାଯାଇଛି । ଚାଷୀମାନେ ସୋନପୁର-ସମ୍ବଲପୁର ରାଜ୍ୟ ରାଜପଥ ଅବରୋଧ କରିଛନ୍ତି । ଜିଲ୍ଲା କୃଷକ ସଙ୍ଗଠନ ଉପସଭାପତି ବୈକୁଣ୍ଠ ନାଥ ଶତପଥୀ ଙ୍କ ନେତୃତ୍ୱରେ ଚାଷୀମାନେ ୮ ଦଫା ଦାବି ନେଇ ରାସ୍ତାରୋକ ଆନ୍ଦୋଳନ କରିଛନ୍ତି ।

ଚାଷୀ ଧାନ ଚାଷ କରିଥିବା ସଂପୂର୍ଣ୍ଣ ଜମିର ପଞ୍ଜୀକରଣ କରାଯାଉ ,ଚାଷୀ ପଞ୍ଜିକରଣରେ ଭାଗ ଚାଷୀଙ୍କ ନାମ ବାଦ ପଡ଼ିଅଛି । ଏମାନଙ୍କ ନାମ ପୁନଃ ପଞ୍ଜୀକରଣ କରାଯାଉ , ମିଲର ଓ ପେକ୍ସ ମଧ୍ୟରେ ଦଲାଲ ରାଜ ବନ୍ଦ କରାଯାଉ,ଏଫ.ଏ .କ୍ୟୁ ମାନ ଧାନ ଆଳ ହେଖାଇ ଚାଷୀଙ୍କ ଠାରୁ କଟଣି ଛଟଣି ସମ୍ପୂର୍ଣ୍ଣ ବନ୍ଦ କରାଯିବାକୁ ଦାବି ହୋଇଛି । ।

Leave A Reply

Your email address will not be published.