Latest Odisha News

ମର୍ମନ୍ତୁଦ ସଡକ ଦୁର୍ଘଟଣା ..ଜଣେ ମୃତ ,୨ ଗୁରୁତର

ବାରିପଦା: ମର୍ମନ୍ତୁଦ ସଡକ ଦୁର୍ଘଟଣା । ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା- କରଞ୍ଜିଆ ରାସ୍ତାର ସୁନାରିପୋଷି ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା। ତେବେ ଏକ କାର ଦୁର୍ଘଟଣାରେ ଘଟଣାସ୍ଥଳରେ ଭଉଣୀର ମୃତ୍ୟୁ ଘଟିଥିବା ବେଳେ ଭାଣିଜୀ ଓ କାର ଚଳାଉ ଥିବା ଭାଇର ଅବସ୍ଥା ଗୁରୁତର ରହିଛି । ଗୁରୁତର ଥିବା ଏହି ଦୁଇଜଣକୁ କଟକ ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

ଭଦ୍ରକ ସଦରରୁ ଏକ ମାରୁତି ଦୁଷ୍ମନ୍ତ ମାହାଲା ନାମକ ଜଣେ ଯୁବକ ନିଜ ଭଉଣୀ ଓ ଭାଣିଜୀ ଙ୍କୁ ନେଇ କରଞ୍ଜିଆ ବଣସାହିକୁ କାର ଯୋଗେ ଯାଉଥିବା ସମୟରେ ସୁନାରିପୋଷି  ନିକଟରେ କୌଣସି କାରଣରୁ ଭାରସାମ୍ୟ ହରାଇ ରାସ୍ତାରେ କାର୍ ଟି ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇ ଏକ ଗାଡି ଯୋଗେ ଚିକିତ୍ସା ପାଇଁ ଠାକୁରମୁଣ୍ଡା ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ଥାନୀୟ ଲୋକମାନେ ଭର୍ତ୍ତି କରାଇଥିଲେ।

ଚିକିତ୍ସାଧୀନ ଅବସ୍ଥାରେ ଭଉଣୀ ସୋମ୍ୟ ରଞ୍ଜିତା ମାହାଲାଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଥିବା ଦୁଷ୍ମନ୍ତ ଓ ଭାଣିଜୀ ମୁକ୍ତା ଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଠାକୁରମୁଣ୍ଡା ଥାନା ପୋଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛନ୍ତି ।।

Leave A Reply

Your email address will not be published.