Latest Odisha News

BREAKING NEWS

ଫସଲ ନଷ୍ଟ ନୁହେଁ ଚାଷୀ ଆତ୍ମହତ୍ୟାର କାରଣ : କୃଷିମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ଚାଷୀ ଆତ୍ମହତ୍ୟାର କାରଣ ଫସଲ ନଷ୍ଟ ନୁହେଁ ବୋଲି ସୋମବାର ଦିନ ଓଡ଼ିଶା ସରକାର କହିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବିଧାନସଭାରେ ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ଏକ ପ୍ରଶ୍ନର ଉତ୍ତର ରଖି କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ୨୦୧୬-୨୦୧୭ ରେ ୧୬ ଜଣ ଚାଷୀ ପ୍ରାଣ ହରାଇଥିବା ବେଳେ ୨୦୧୭-୨୦୧୮ ରେ ଏପର୍ଯ୍ୟନ୍ତ ୨ ଜଣ ଚାଷୀ ପ୍ରାଣ ହରାଇଛନ୍ତି ।

ଓଡ଼ିଶାରେ ଚାଷୀ ଆତ୍ମହତ୍ୟାର କାରଣ ଫସଲ ନଷ୍ଟ ନୁହେଁ, ବରଂ ପରିବାରରେ ବିବାଦ ଯୋଗୁଁ ଚାଷୀମାନେ ଏହି ଭଳି ଚରମ ପଦକ୍ଷେପ ନେଉଥିବା କଂଗ୍ରେସର ଆରୋପକୁ ଖଣ୍ଡନ କରି କୃଷିମନ୍ତ୍ରୀ କହିଛନ୍ତି ।

Leave A Reply

Your email address will not be published.