Latest Odisha News

BREAKING NEWS

ଧାନ ସଂଗ୍ରହ କେନ୍ଦ୍ରରୁ ଚୋରି ହୋଇଗଲା ଧାନ ବସ୍ତା, ଅଭିଯୋଗ ଆଣି ଅସନ୍ତୋଷ ଝାଡିଲେ ଚାଷୀ

ନୂଆପଡ଼ା: ଧାନ ସଂଗ୍ରହ କେନ୍ଦ୍ରରୁ ବହୁ ବସ୍ତା ଧାନ ରହସ୍ୟଜନକ ଭାବେ ଗାଏବ ହୋଇଯିବା ପରେ ଚାଷୀ ଅସନ୍ତୋଷ ବଢ଼ିବାରେ ଲାଗିଛି। କୋମନା ବ୍ଲକର ଗଣ୍ଡମେର ପ୍ରାଥମିକ କୃଷି ସମବାୟ ସମିତି କେନ୍ଦ୍ରରେ ଚାଷୀମାନେ ସେମାନଙ୍କ ଉତ୍ପାଦିତ ଧାନକୁ ଗଚ୍ଛିତ ରଖିଥିଲେ। କିନ୍ତୁ ସୋମବାର ଦିନ ସେମାନେ 10ଟି ବ୍ୟାଗ୍ ନିଖୋଜ ଥିବା ଜାଣିବାକୁ ପାଇଥିଲେ।

କେନ୍ଦ୍ରର ସଂରକ୍ଷଣ ଓ ସୁରକ୍ଷା ଅଭାବରୁ ନିଜ ଫସଲକୁ ଖୋଲାରେ ରଖିବାକୁ ବାଧ୍ୟ ହୋଇଥିବା ଜଣେ ପୀଡ଼ିତ ଚାଷୀ ନିଜ ଦୁଃଖ ବଖାଣିଛନ୍ତି। ମୋତେ ଡିସେମ୍ବର 2 ତାରିଖ ବିକ୍ରି ପାଇଁ ଟୋକନ ଦିଆଯାଇ ଶୁକ୍ରବାର ଏଠାରେ 26 ବସ୍ତା ରଖାଯାଇଥିଲା ଏବେ ଅନେକ ନିଖୋଜ ହୋଇଯାଇଥିବା ସେ ଦାବି କରିଛନ୍ତି।

ଆଉ ଜଣେ କୃଷକ କହିଛନ୍ତି, ଜିଲ୍ଲାପାଳ ଆମକୁ ସିସିଟିଭି କ୍ୟାମେରା ଲଗାଇବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କୌଣସି କ୍ୟାମେରା ଲଗାଯାଇ ନାହିଁ। ଦିନ ଦ୍ୱିପ୍ରହରରେ ଲୁଟ୍ ହୋଇଯାଇଛି ଆମର ଫସଲ।

ତେବେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ଭକ୍ତଚରଣ ବିଶି ଚାଷୀଙ୍କ ଫସସ ଜଗିବାକୁ ଗାର୍ଡର ଉପସ୍ଥିତିକୁ ସ୍ୱୀକାର କରୁଥିବା ବେଳେ ଚୋରି ବାବଦରେ କିଛି ସେଭଳି କହି ନାହାନ୍ତି। ଏଭଳି କେନ୍ଦ୍ର ଉପରେ ନିର୍ଭର କରୁଥିବା ଚାଷୀମାନଙ୍କ ଦୁର୍ବଳତାକୁ ଏହି ଘଟଣା ପଦାକୁ ଆଣିଛି। ମୌଳିକ ସୁରକ୍ଷା ବ୍ୟବସ୍ଥାର ଅଭାବ ଓ ପ୍ରତିଶ୍ରୁତି ସତ୍ତ୍ୱେ ଠୋସ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସେମାନେ ନିଜକୁ ଅସହାୟ ଓ ଶୋଷିତ ମନେ କରୁଛନ୍ତି ବୋଲି କହିଛନ୍ତି।

Comments are closed.