ସମ୍ବଲପୁର: ଓଡ଼ିଶାରେ ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବକୁ ନେଇ ଆନ୍ଦୋଳନ ତୀବ୍ର ହୋଇଛି। ଏପରିକି ଚାଷୀମାନେ ଡିସେମ୍ବର ୧୯ରେ ସମ୍ବଲପୁର ବନ୍ଦ ଡାକରା ଦେଇଛନ୍ତି।
ସୁଗମ ଟୋକନ୍ ବଣ୍ଟନ ପାଇଁ ଶୀଘ୍ର ପଦକ୍ଷେପ ନେବାକୁ ଦାବି କରି ଆନ୍ଦୋଳନରତ ଚାଷୀମାନେ ଏହି ବନ୍ଦ ଡାକରା ଦେଇଛନ୍ତି।
ବନ୍ଦ ଡାକରା ଦେଇ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି (POKSSS) ଅଭିଯୋଗ କରିଛି ଯେ ମଣ୍ଡି ଖୋଲା ଯାଇଥିଲେ ମଧ୍ୟ ଚାଷୀମାନଙ୍କୁ ପର୍ଯ୍ୟାପ୍ତ ଟୋକନ୍ ପ୍ରଦାନ କରାଯାଇ ନାହିଁ। ଯାହା ଫଳରେ ସେମାନଙ୍କ ଉତ୍ପାଦ ବିକ୍ରୟରେ ସମସ୍ୟା ସୃଷ୍ଟି ହେଉଛି। ସେମାନେ ଆହୁରି ଅଭିଯୋଗ କରିଛନ୍ତି ଯେ ଧାନ ସଂଗ୍ରହ ପ୍ରକ୍ରିୟାରେ ଅନିୟମିତତା ହେଉଛି।
ସୂଚନା ଅନୁଯାୟୀ, POKSSS ବ୍ୟାନର ତଳେ ବହୁ ସଂଖ୍ୟକ ଚାଷୀ ଡିସେମ୍ବର ୧୨ରେ ୮ଘଣ୍ଟା ପାଇଁ ଏହି ପ୍ରସଙ୍ଗରେ ପ୍ରତିବାଦ କରିଥିଲେ। ଜିଲ୍ଲା ପ୍ରଶାସନ ଚାଷୀମାନଙ୍କୁ ଆଶ୍ୱାସନା ଦେଇ କହିଥିଲେ ଯେ ସେମାନଙ୍କ ସମସ୍ୟାର ସମାଧାନ କରାଯିବ। ଏଥିସହିତ ଶୀଘ୍ର ସେମାନଙ୍କର ଉତ୍ପାଦ ବିକ୍ରୟ କରିବା ପାଇଁ ପର୍ଯ୍ୟାପ୍ତ ଟୋକନ୍ ପ୍ରଦାନ କରାଯିବ ବୋଲି କହିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ସେମାନଙ୍କର ଦାବି ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ଚାଷୀ।
Comments are closed.