Latest Odisha News

BREAKING NEWS

ଟାଉନ୍‌ ଥାନା ନିକଟରୁ ଚାଷୀଙ୍କ ଡିକି ଭାଙ୍ଗି ସାଢ଼େ ୩ ଲକ୍ଷ ଲୁଟ୍‌ ଅଭିଯୋଗ

ବରଗଡ଼: ଡିକି ଭାଙ୍ଗି ଟାଉନ୍‌ ଥାନା ନିକଟରୁ ସାଢ଼େ ୩ ଲକ୍ଷ ଲୁଟ୍‌ । ବରଗଡ଼ ଟାଉନ ଥାନା ନିକଟରେ ଜଣେ ଚାଷୀଙ୍କ ସ୍କୁଟି ଡିକିରୁ ୩ ଲକ୍ଷ ୫୦ ହଜାର ଟଙ୍କା ଟଙ୍କା ଦୁର୍ବୃତ୍ତ ଲୁଟି ନେଇ ଯାଇଥିବା ପୋଲିସରେ ଅଭିଯୋଗ ହୋଇଛି। ବରଗଡ଼ ଜିଲ୍ଲା ଗୌରପଡା ଅଞ୍ଚଳରେ ଏହି ଲୁଟ୍ ଘଟଣା ଘଟିଛି ।

ଭେଡେନ ଥାନା ବୁର୍ଦ୍ଦା ଗ୍ରାମର ଚାଷୀ ଜଣକ ହେଲେ ସଚ୍ଚିଦାନନ୍ଦ ପଣ୍ଡା । ସେ ବରଗଡ଼ ଷ୍ଟେଟ୍‌ବ୍ୟାଙ୍କରୁ ଧାନ ବିକ୍ରି ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ। ଏହାପରେ ସେ ଗୌରପଡ଼ା ଛକରେ ସ୍କୁଟି ରଖି ଆଖୁ ରସ ପିଇଥିଲେ। ପରେ ଥାନା ନିକଟ ରାଜୀବ ଗାନ୍ଧି ଛକରେ ଚା’ ପିଇଥିଲେ। ଏହାପରେ ସ୍କୁଟି ଡିକିରେ ଆଉ ଟଙ୍କା ନ ଥିବା ସେ ଦେଖିବାକୁ ପାଇଥିଲେ। ଚାଷୀ ସଚ୍ଚିଦାନନ୍ଦ ପଣ୍ଡା ଏ ନେଇ ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଏକ ଚୋରି ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛି ।

Comments are closed.