Latest Odisha News

BREAKING NEWS

[ଭିଡ଼ିଓ]ଚାଷ ଜମି ସମସ୍ୟାକୁ ନେଇ ତହସିଲ କାର୍ଯ୍ୟାଳୟରେ ତାଲା ପକାଇଲେ ଗାଁ ଲୋକ

ଦେବଗଡ଼ : ଚାଷ ଜମିକୁ ମାଡୁନି ଜଳ । ହେଲେ ଲୋକଙ୍କୁ ଜଳକର ପୈଠ କରିବା ପାଇଁ  ନୋଟିସ ଜାରି କରୁଛନ୍ତି ସରକାର। ଏହାକୁ ବିରୋଧ କରି ଦେବଗଡ଼ ଜିଲ୍ଲା ରିଆମାଳ ତହସିଲ କାର୍ଯ୍ୟାଳୟରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଦେବଗଡ଼ କୋଟପଡ଼ା ଗ୍ରାମବାସୀ । ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ଅନ୍ତର୍ଗତ କାଡୋପଡା ଗ୍ରାମରେ କୌଣସି ଜଳସେଚନ ସୁବିଧା ନାହିଁ । ଗ୍ରାମବାସୀ ଅଣଜଳସେଚିତ ଜମିରେ ବହୁ କଷ୍ଟ କରି ଚାଷ କରୁଛନ୍ତି। ଏଭଳି ଅବ୍ୟବସ୍ଥାକୁ ନେଇ ଚିନ୍ତାରେ ଗ୍ରାମବାସୀ।

ଏହି ଗ୍ରାମକୁ ନାମକୁ ମାତ୍ର ଗୋହିରା ଜଳସେଚନ ପ୍ରକଳ୍ପରୁ ଜଳସେଚନ ଯୋଗାଇ ଦିଆଯାଇଛି। ହେଲେ କେନାଲ ଅବସ୍ଥା ଠିକ ନଥିବାରୁ ଗ୍ରାମର ଚାଷଜମିକୁ ପାଣି ମାଡି ପାରୁନାହିଁ । ଏ ସମସ୍ୟା ଆଜିର ନୁହଁ, ଗତ ୧୯୮୬ ମସିହାରୁ ଗ୍ରାମରେ କେନାଲ ଅବସ୍ଥା ଶୋଚନୀୟ ହୋଇପଡିଛି । ଜଳସେଚନ ସୁବିଧା ପାଇ ନଥିବାରୁ ଗ୍ରାମବାସୀ ଜଳକର ଦେଉନାହାନ୍ତି । ଚଳିତ ବର୍ଷ ଗ୍ରାମର ସମସ୍ତ ଚାଷୀ ୧୯୮୬ ମସିହା ଠାରୁ ଜଳକର ପଇଠ କରିବା ପାଇଁ ବିଭାଗୀୟ କର୍ତ୍ତୁପକ୍ଷ ନୋଟିସ ଜାରି କରିଛନ୍ତି ।ଜଳକର ପ୍ରତ୍ୟାହାର କରାଯିବା ସହ ଗ୍ରାମର କେନାଲ ପୁନରୁଦ୍ଧାର କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏହି ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଆନ୍ଦୋଳନରତ ଚାଷୀକୁଳ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.