Latest Odisha News

BREAKING NEWS

ଆନ୍ଦୋଳନରତ କୃଷକଙ୍କୁ ୮ପୃଷ୍ଠାର ଚିଠି ଲେଖିଲେ କେନ୍ଦ୍ର କୃଷି ମନ୍ତ୍ରୀ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଆଜି କୃଷକଙ୍କୁ ଚିଠି ଲେଖିଛନ୍ତି । ଆନ୍ଦୋଳନରତ କୃଷକଙ୍କ ପାଖକୁ ୮ ପୃଷ୍ଠାର ଚିଠି ପଠାଇଛନ୍ତି । ଚିଠିରେ କୃଷି ମନ୍ତ୍ରୀ ୮ଟି ଆଶ୍ବାସନା ଦେଇଛନ୍ତି । ଚିଠିରେ ଲେଖାଯାଇଛି ଯେ, ଯେଉଁ ଏମଏସପିକୁ ନେଇ ସନ୍ଦେହ କରାଯାଉଛି, ସେହି ଏମଏସପି ଏବେ ଅଛି ଆଗକୁ ମଧ୍ୟ ରହିବ । କୃଷି ମନ୍ତ୍ରୀ କହିଛନ୍ତି ରାଜନୀତି ପାଇଁ କିଛି ଲୋକ ମିଛ ପ୍ରଚାର କରୁଛନ୍ତି ।

କୃଷି ମନ୍ତ୍ରୀ କହିଛନ୍ତି ସବକା ସାଥ ବିକାଶର ମନ୍ତ୍ର ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ସରକାର ବିନା ଭେଦଭାବରେ ସମସ୍ତଙ୍କ ହିତ କରିବାକୁ ପ୍ରୟାସ କରୁଛି । ଗତ ୬ ବର୍ଷର ଇତିହାସ ଏହାର ସାକ୍ଷୀ ରହିଛି । କୃଷି ମନ୍ତ୍ରୀ କହିଛନ୍ତି, ବିଶ୍ବାସ ରଖନ୍ତୁ, କୃଷକଙ୍କ ହିତ ପାଇଁ କରାଯାଇଥିବା ଏହି ସୁଧାର ଭାରତୀୟ କୃଷି କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି କରିବ । ଦେଶର କୃଷକଙ୍କୁ ଅଧିକ ସ୍ବତନ୍ତ୍ର କରିବୁ, ସଶକ୍ତ କରିବୁ ।

ତୋମାର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ଆଇନ ବଳରେ କୃଷକଙ୍କ ଜମି ଉପରେ କୌଣସି ବିପଦ ରହିବ ନାହିଁ । ମାଲିକାନା ହକ୍ କୃଷକଙ୍କର ହିଁ ରହିବ । କୃଷକଙ୍କୁ ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ କରାଯିବ । ନିର୍ଦ୍ଧାରିତ ସମୟରେ ଅର୍ଥ ପ୍ରଦାନ ନକଲେ ଜରିମାନା ଦେବାକୁ ହେବ । ମୁକ୍ତ ବଜାର ଓ ଭଲ ଦାମରେ ଫସଲ ବିକ୍ରି ପାଇଁ ବିକଳ୍ପ ରହିବ । ମଣ୍ଡି ବ୍ୟବସ୍ଥା ଚାଲୁ ରହିଛି, ଆଗକୁ ମଧ୍ୟ ଚାଲିବ ।

Leave A Reply

Your email address will not be published.