Latest Odisha News

ଝାରସୁଗୁଡ଼ାରେ ରାସ୍ତାରେ ପରିବା ଫିଙ୍ଗିଦେଲେ ଚାଷୀ

ଝାରସୁଗୁଡ଼ା: କରୋନା ଯୋଗୁ ପ୍ରଶାସନ କଟକଣା ଲଗାଇଛି । ସାପ୍ତାହିକ ଓ ଦୈନିକ ହାଟ ବନ୍ଦ । ଏଭଳି ସ୍ଥିତିରେ ଝାରସୁଗୁଡ଼ା ସହରରେ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ପରିବା ବିକ୍ରି ନପାରି ରାସ୍ତାରେ ଫିଙ୍ଗି ପ୍ରତାବିଦ ଜଣାଇଲେ ଚାଷୀ । ଆଜି ଝାରସୁଗୁଡ଼ାରେ ହାଟ ଥିଲା । ଫଳରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚାଷୀ ପନିପରିବା ନେଇ ଆସିଥିଲେ ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି  ପ୍ରଶାସନ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ କରିଛି । ଚାଷୀ ଅଭିଯୋଗ କରିଛନ୍ତି, କେଉଁଠି ସେମାନେ ପରିବା ବିକ୍ରି କରିବେ ସେନେଇ ସ୍ଥାନ ନିର୍ଦ୍ଧାରଣ ହୋଇନି । ବଜାରରେ କେଉଁଠି ପୋଲିସ ବସାଇ ଦେଲାନି । ଫଳରେ ବ୍ୟବସାୟୀଙ୍କ ମଧ୍ୟରେ ଦେଖାଦେଇଥିଲା ଉତ୍ତେଜନା । ରାସ୍ତା ଉପରେ ପନିପରିବା ଢାଳି ପ୍ରତିବାଦ କରିଛନ୍ତି ।

Leave A Reply

Your email address will not be published.