Latest Odisha News

BREAKING NEWS

ଜାମ୍ମୁ କାଶ୍ମୀର ସହିତ ସାବତ ବ୍ୟବହାର କରୁଛନ୍ତି ସରକାର

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀର ସହିତ ସାବତ ବ୍ୟବହାର କରିଛନ୍ତି ସରକାର । ଗୋଟିଏ ରାଷ୍ଟ୍ର, ଗୋଟିଏ ନିର୍ବାଚନକୁ ସମର୍ଥନ କରୁଥିବା ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ପୁଣି ଥରେ ଜମ୍ମୁ କାଶ୍ମୀରବାସୀଙ୍କୁ ନିଜ ସରାକର ଗଠନରୁ ବଞ୍ଚିତ କରିଛନ୍ତି । ଏପରି ଅଭିଯୋଗ କରିଛନ୍ତି ନ୍ୟାସନାଲ କନଫରେନ୍ସ ସୁପ୍ରିମୋ ଫାରୁକ୍ ଅବଦୁଲ୍ଲା ।

ଗତକାଲି ମୁଖ୍ୟ ନିର୍ବାଚନ କମିଶନ ଲୋକସଭା ଓ ୪ଟି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି । ଓଡ଼ିଶା, ସିକିମ୍, ଆନ୍ଧ୍ର ପ୍ରଦେଶ ଓ ଅରୁଣାଞ୍ଚଳ ପ୍ରଦେଶ ବିଧାନସଭା ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ତେବେ ସୁରକ୍ଷା ଦୃଷ୍ଟିରୁ ନିର୍ବାଚନ ଆୟୋଗ ଲୋକସଭା ନିର୍ବାଚନ ସହିତ ଜାମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନ କରୁ ନାହାନ୍ତି । ଏହାକୁ ନେଇ ନ୍ୟାସନାଲ କନଫରେନ୍ସ ସୁପ୍ରିମୋ ଫାରୁକ୍ ଅବଦୁଲ୍ଲା ଲୋକସଭା ନିର୍ବାଚନ ସହିତ ବିଧାନସଭା ନିର୍ବାଚନ ନକରିବାରୁ ନିରାଶ ହୋଇଛନ୍ତି । ଜାମ୍ମୁ କାଶ୍ମୀରରେ ବିଧାନସଭା ନିର୍ବାଚନରେ କ୍ରମାଗତ ବିଳମ୍ୱକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଫାରୁକ୍ ଅବଦୁଲ୍ଲା ।

ଏଲଜି ନିଯୁକ୍ତ କରି ଗଣତନ୍ତ୍ରକୁ ଦୁର୍ବଳ କରି ଜମ୍ମୁକାଶ୍ମୀର ସରକାର ଉପରେ ନିୟନ୍ତ୍ରଣ ବଜାୟ ରଖିବାକୁ ଇଚ୍ଛା କରିଥିବାରୁ  ସେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି ।

ଫାରୁକ୍ ଅବଦୁଲ୍ଲା ପ୍ରଶ୍ନ କରିଛନ୍ତି ଯେ ଯେତେବେଳେ ଲୋକସଭା ନିର୍ବାଚନ ପାଇଁ ସୁରକ୍ଷା ବ୍ୟବସ୍ଥା ରହିଛି, ସେତେବେଳେ ଏକାସାଙ୍ଗରେ ବିଧାନସଭା  ନିର୍ବାଚନ କରିବାର କାହିଁକି ଅସୁବିଧା ହେଉଛି?

Leave A Reply

Your email address will not be published.