Latest Odisha News

BREAKING NEWS

୧୦ ବର୍ଷ ପରେ ଇଂଲଣ୍ଡକୁ ତାର ମାଟିରେ ହରାଇଲା ଶ୍ରୀଲଙ୍କା

ଦି ଓଭାଲ: ଏଠାରେ ଅନୁଷ୍ଠିତ ତୃତୀୟ କ୍ରିକେଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଶ୍ରୀଲଙ୍କା ଐତିହାସିକ ବିଜୟ ହାସଲ କରିଛି । ୧୦ ବର୍ଷ ପରେ ଇଂଲଣ୍ଡକୁ ତାର ମାଟିରେ ଶ୍ରୀଲଙ୍କା ହରାଇଛି । ଏହା ପୂର୍ବରୁ ୨୦୧୪ରେ ଲିଡ୍ସ ଗ୍ରାଉଣ୍ଡରେ ଶ୍ରୀଲଙ୍କା ବିଜୟୀ ହୋଇଥିଲା । ପାଥୁନ ନିଶାଙ୍କଙ୍କ ଆକର୍ଷଣୀୟ ଶତକ ସହାୟତାରେ ୮ ୱିକେଟରେ ବିଜୟ ହାସଲ କରିବା ସତ୍ୱେ ଶ୍ରୀଲଙ୍କା ୩ ମ୍ୟାଚ ବିଶିଷ୍ଟ ସିରିଜରେ ୧-୨ରେ ପରାଜିତ ହୋଇଛି । ଇଂଲଣ୍ଡ ପ୍ରଥମ ଟେଷ୍ଟକୁ ୫ ୱିକେଟରେ ଏବଂ ଦ୍ୱିତୀୟ ମୁକାବିଲାକୁ ୧୯୦ ରନରେ ଜିତିଥିଲା । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୩୨୫ ରନ କରିଥିଲା ।

ଜବାବରେ ଶ୍ରୀଲଙ୍କା ୨୬୩ ରନ କରି ୬୨ ରନ ପଛରେ ରହିଥିଲା । ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୧୫୬ ରନରେ ଅଲଆଉଟ ହୋଇ ଯାଇଥିଲା । ୨୧୯ ରନର ଟାର୍ଗେଟକୁ ଶ୍ରୀଲଙ୍କା ୨ ୱିକେଟ ହରାଇ ହାସଲ କରି ନେଇଥିଲା । ନିଶାଙ୍କ ୧୨୭ ଓ ଆଞ୍ଜେଲା ମାଥ୍ୟୁସ ୩୨ ରନ କରି ଅପରାଜିତ ରହିଥିଲେ । ନିଶାଙ୍କ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବା ବେଳେ ଜୋ ରୁଟ ପ୍ଲେୟାର ଅଫ ଦି ସିରିଜ ହୋଇଥିଲେ ।

Comments are closed.