Latest Odisha News

BREAKING NEWS

ଆଇପିଏଲ ଇତିହାସରେ ଦ୍ରୁତ ୫୦୦ ବାଉଣ୍ଡରୀ ମାରିଥିବା ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଗୁଜରାଟ ଟାଇଟନ୍ସର ଅଧିନାୟକ ଶୁଭମନ ଗିଲ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଏହି ଇନିଂସ ଅବସରରେ ଏକ ବଡ କ୍ଲବରେ ସାମିଲ ହୋଇଛନ୍ତିି । ଗିଲ ଦ୍ରୁତ ୫୦୦ ବାଉଣ୍ଡରୀ ମାରିବାରେ ୫ଜଣ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି । ସେ ୧୧୭ ଇନିଂସରେ ୩୮୨ ଚୌକା ଓ ୧୨୪ ଛକା ସହାୟତାରେ ଏହି ତାଲିକାରେ ୫ମ ସ୍ଥାନରେ ରହିଛନ୍ତି । ଆଇପିଏଲରେ ଦ୍ରୁତ ୫୦୦ ବାଉଣ୍ଡରୀ ମାରିବାରେ ଏବେ ବି ୱେଷ୍ଟଇଣ୍ଡିଜର ଦୁର୍ଦ୍ଦଷ ବ୍ୟାଟ୍ସମ୍ୟାନ କ୍ରିସ ଗେଲ ରହିଛନ୍ତି । ସେ ୮୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ।

ସେହିପରି ଜୋସ ବଟଲର ୧୦୧ ଇନିଂସରେ ଓ ଡେଭିଡ ୱାର୍ଣ୍ଣର ୧୦୪ ପାରୀରେ ଏହି କ୍ଲବରେ ଦ୍ୱିତୀୟ ଏବଂ ତୃତୀୟ ଖେଳାଳି ଭାବେ ସାମିଲ ହୋଇଛନ୍ତି । କେଏଲ ରାହୁଲ ୧୦୫ ଇନିଂସରେ ୫୦୦ ବାଉଣ୍ଡରୀ ମାରୀ ୪ର୍ଥ ସ୍ଥାନରେ ରହିଛନ୍ତି । ଗିଲ ୧୧୭ ଇନିଂସରେ ଏହି ସଫଳତା ହାସଲ କରିଛନ୍ତି ।

Leave A Reply

Your email address will not be published.