ନୂଆଦିଲ୍ଲୀ: ଆଇପିଏଲ ୨୦୨୫ ସମ୍ପୂର୍ଣ୍ଣ ଷ୍ଟାଇଲରେ ଆରମ୍ଭ ହୋଇଯାଇଛି । ଏଥର ମେଗା ନିଲାମ ହୋଇଥିବାରୁ ଅଧିକାଂଶ ଦଳର ରୂପରେଖ ବଦଳିଯାଇଛି । ଟିମ ବଦଳିବା ଯୋଗୁ କେତେକ ଖେଳାଳିଙ୍କୁ ଭାଗ୍ୟ ସହାୟ ହୋଇଛି । କୃଣାଳ ପାଣ୍ଡ୍ୟା ଏହାର ଜ୍ୱଳନ୍ତ ଉଦାହରଣ । ସେ ଏହା ପୂର୍ବରୁ ଲକ୍ଷ୍ନୌ ସୁପର ଜ୍ୟାଂଟସ ପକ୍ଷରୁ ଖେଳୁଥିଲେ । ଏଥର ଆରସିବି ତାଙ୍କୁ ୫.୭୫ କୋଟି ଟଙ୍କାରେ ଦଳରେ ନେଇଛି । କେକେଆର ବିପକ୍ଷ ମ୍ୟାଚରେ କୃଣାଳ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ । ସେ ୨୯ ରନରେ ୩ଟି ୱିକେଟ ନେଇ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଆରସିବି ୭ ୱିକେଟରେ ଏହି ମ୍ୟାଚକୁ ଜିତି ନେଇଥିଲା ।
ଈଶାନ କିଶାନ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଖେଳୁଥିଲେ । ହାଇଦ୍ରାବାଦ ତାଙ୍କୁ ୧୧.୨୫ କୋଟିରେ ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରି ଦେଇଥିଲା । ଈଶାନ ମଧ୍ୟ ରାଜସ୍ଥାନ ରୟାଲ୍ସ ବିପକ୍ଷ ମ୍ୟାଚରେ ବିସ୍ଫୋରକ ଶତକ ମାରି ଦଳକୁ ସହଜରେ ବିଜୟୀ କରାଇ ପାରିଛନ୍ତି । କେକେଆର ଅଜିଙ୍କ୍ୟ ରାହାଣେଙ୍କୁ ୧.୫ କୋଟି ଟଙ୍କାରେ କିଣିଥିଲା । ନିଲାମର ପ୍ରଥମ ରାଉଣ୍ଡରେ ସେ ଅନସୋଲ୍ଡ ରହିଥିଲେ । କେକେଆର ତାଙ୍କୁ ଦଳରେ ନେବା ସହ ଅଧିନାୟକ ନିଯୁକ୍ତ କରିଛି । ଆରସିବି ବିପକ୍ଷରେ ସେ ୩୧ ବଲରେ ୫୬ ରନର ବିସ୍ଫୋରକ ଇନିଂସ ଖେଳିଥିଲେ ।
Comments are closed.